-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ବେଗୁନିଆ(ପ୍ରମୋଦ ତ୍ରିପାଠୀ) : ବେଗୁନିଆର ବିଶିଷ୍ଟ ଶିକ୍ଷକ ଓ ସତସଙ୍ଗପ୍ରେମୀ ରାଧାମୋହନ ସୁବୁଦ୍ଧିଙ୍କର ଆଜି ସୋମବାର ଭୋର୍ ୫:୩୦ ମିନିଟ୍ ରେ ଗାଧୁଆ ଘରେ ପଡ଼ିଯାଇ ମୃତ୍ୟୁବରଣ କରିଥିବାର ପରିବାର ସୂତ୍ରରୁ ପ୍ରକାଶ।
ପ୍ରତିଦିନ ଭଳି ଭୋର୍ ୫ଟା ରେ ବେଗୁନିଆସ୍ଥିତ ନିଜର ବାସଭବନରେ ନିତ୍ୟ କର୍ମ ସାରି ଗାଧୁଆ ଘରୁ ଫେରୁଥିବା ସମୟରେ ପଛୁଆ ପଡ଼ିଯାଇ ଆହତ ହୋଇଥିଲେ।ଘଟଣାସ୍ଥଳରେ ପରିବାର ବର୍ଗ ଦେଖି ସଙ୍ଗେସଙ୍ଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସ୍ବର୍ଗତ ରାଧା ମୋହନ ସୁବୁଦ୍ଧି ବେଗୁନିଆ ବ୍ଲକ୍ ଡିଙ୍ଗର ଗ୍ରାମର (ପର୍ଶୁରାମପୁର) ପିତା- ନୃସିଂହ ଚରଣ ସୁବୁଦ୍ଧି ମାତା- କାଞ୍ଚନବାଳା ସୁବୁଦ୍ଧିଙ୍କର ମଧ୍ୟମ ପୁତ୍ର ଥିଲେ। ସେ ଦୀର୍ଘ ଦିନ ବୋଲଗଡ ବ୍ଲକ୍ ନାରାୟଣୀପଡା ଗ୍ରାମର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନଶିକ୍ଷକତାକରି ଗତ ୫ବର୍ଷ ତଳେ ଅବସର ନେଇଥିଲେ।ବର୍ତ୍ତମାନ ସେ ନିଜକୁ ସତସଙ୍ଗ ମାର୍ଗରେ ନିୟୋଜିତ କରିଥିଲେ।ତାଙ୍କର ଅକାଳ ବିୟୋଗରେ ସତସଙ୍ଗର ସଭ୍ୟ ସଭ୍ୟା,ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ବେଗୁନିଆ ଅଞ୍ଚଳ ଓ ଡିଙ୍ଗର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗରେ ମୋ ବେଗୁନିଆର ଅଧ୍ୟକ୍ଷ ପ୍ରମୋଦ ତ୍ରିପାଠୀ, ଉପାଧ୍ୟକ୍ଷ ରାମ ମାନସ ପଣ୍ଡା, ସଂଚାଳିକ ସୁଶ୍ରୀ ପ୍ରତିମା ପ୍ରଧାନ, ସମ୍ପାଦକ ବାସୁଦେବ ବେହେରା,ଖବର ଦାତା ପ୍ରେମାନନ୍ଦ ସେଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।ତାଙ୍କର ଏକମାତ୍ର ପୁତ୍ର ସନ୍ତୋଷି ପ୍ରସାଦ ସୁବୁଦ୍ଧି(ସିତୁ) ସୁନ୍ଦରଗଡ ରେ ରହୁ ଥିବାରୁ ସେ ଆସିବା ପରେ ତାଙ୍କର ଅନ୍ତେଷ୍ଟିକ୍ରିୟା ଡିଙ୍ଗର ଶ୍ମଶାନ ଠାରେ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।