-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ଲୋଇସିଂହା, ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ଅଧିନସ୍ଥ ବାରଡୋଳ ଗ୍ରାମର ଜୟ ମା ସମଲେଶ୍ୱରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ତ୍ରିଦିବସୀୟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ଗତକାଲିର ଫାଇନାଲ ମ୍ୟାଚରେ ଲରମ୍ଭାମୁଣ୍ଡା ଓ ବାରଡୋଳ ଗ୍ରାମ ମଧ୍ୟରେ କୋଭିଡ ଗାଇଡ଼ଲାଇନକୁ ମାନି ଅନୁଷ୍ଠିତ ହୋଇଥିଲା l ଉକ୍ତ ମ୍ୟାଚରେ ଲରମ୍ଭାମୁଣ୍ଡା ଦଳ ବାରଡୋଳ ଦଳକୁ ୧ ରନରେ ପରାସ୍ତ କରି ବିଜୟୀ ଘୋଷିତ ହୋଇଥିବା
ବେଳେ ରନର୍ସଅପ ହୋଇଥିଲା ବାରଡୋଳ ଦଳ l ମେନଅଫ ଦ ସିରିଜ ବାରଡୋଳର ଫକୀର ବାରିକ ଓ ମେନ ଅଫ ଦ ମ୍ୟାଚ ଲରମ୍ଭାମୁଣ୍ଡାର ଦିଲ୍ଲୀପ ଙ୍କ ନାମ ଘୋଷଣା କରା ଯାଇଥିଲା l ଲୋଇସିଂହା ବ୍ଲକ ଉପାଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ ଓ ରୋହିତ ସେଠ୍ ମୁଖ୍ୟ ଅତିଥି ଭାବେ ଏହି ମ୍ୟାଚରେ ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ l