-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Jan-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟରେ ଲାଗୁ ହୋଇଛି ନିର୍ବାଚନ ଆଚରଣ ଵିଧି I ଆଉ ଏହି ନିର୍ବାଚନରେ ଆଦର୍ଶ ଆଚରଣ ଵିଧିକୁ ଅନୁସରଣ କରିବା ଏବଂ ନିର୍ବାଚନ ସମୟରେ କୋଭିଡ - ୧୯ ପରିଚାଳନା ଉପରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀକୁ କଡାକଡି କାର୍ଯ୍ୟକାରୀ କରିବାକୁ ଆଜି ଜ଼ିଲ୍ଲା ସ୍ତରୀୟ ସମସ୍ତ ରାଜନୈତିକ ଦଳଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ବୈଠକରେ ଆଦର୍ଶ ଆଚରଣ ଵିଧି ଅନୁପାଳନ ପାଇଁ ରାଜନୈତିକ ଦଳଗୁଡିକ ସହ ଆଲୋଚନା କରିଥିଲେ ସମ୍ବଲପୁର ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଏସପି ବାତୁଲା ଗଙ୍ଗାଧର I ଭୋଟ ପ୍ରଚାର ଓ ଭୋଟଦାନ କାର୍ଯ୍ୟକୁ ଶୃଙ୍ଖଳିତ ଓ ନିରପେକ୍ଷ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହିତ କରୋନା କଟକଣା ମଧ୍ୟରେ ଭୋଟ ଦାନ ପ୍ରକ୍ରିୟା ଶେଷ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି I ସମସ୍ତ ରାଜନୈତିକ ଦଳଙ୍କୁ ଏହାକୁ କଡାକଡି ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି I ଏହି ଅବସରରେ ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ବାତୁଲା ଗଙ୍ଗାଧର ଓ ଜ଼ିଲ୍ଲା ପଂଚାୟତ ଅଧିକାରୀ ଗଜେନ୍ଦ୍ର ସାହୁ ମଞ୍ଚସୀନ ଥିବାବେଳେ ସମ୍ବଲପୁର ଜ଼ିଲ୍ଲା ସ୍ତରୀୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ I