-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
16-Jan-2022
ସୁବର୍ଣ୍ଣପୁର,, ଗତ୧୨ ଦିନ ତଳେ ସୋନପୁର ଥାନା ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତ ର ଭୋଇପାଲି ଗ୍ରାମ ବାସୀଙ୍କୁ ମହଙ୍ଗା ପଡିଛି ଜଙ୍ଗଲ ରୁ ବାରହା ଶିକାର କରିବା l ଜାନୁଆରୀ ମାସ ତିନି ତାରିଖ ସୋମବାର ଦିନ ଅପରାହ୍ନ ରେ ଭୋଇପାଲି ଗ୍ରାମର ବୀରସିଂ ଭୋଇ ଓ ଗୌତମ ଭୋଇ ଜଙ୍ଗଲକୁ ଜାଳେଣି କାଠପାଇଁ ଯାଇ ଆଉ ଘରକୁ ଫେରିନାହାନ୍ତି। ବାରହା ଶିକାର କରିବା ପାଇଁ ନିକଟସ୍ଥ ନନ୍ଦନମାଲ ଜଙ୍ଗଲ ରେ କେହି ଟାଣିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଏମାନେ ଦୁହିଜଣ ଲାଗି ଯାଇଥିବାର ଲୋକମାନେ ସନ୍ଦେହ କରିଥିଲେ lକାରଣ ଲୋକଙ୍କ କହିବା ଅନୁଯାୟୀ ଆହତ ବୀରସିଂ ଭୋଇ ଙ୍କୁ ତାଙ୍କର ସଂପର୍କିୟ ରାତିରେ ଉଦ୍ଧାର କରି ସୋନପୁର ମୁଖ୍ୟଡାକ୍ତର ଖାନାରେ ଭର୍ତ୍ତି କରିଥିବାବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି ତେଣେ ଅନ୍ୟ ଜଣକ ଗୌତମ ଭୋଇଙ୍କ ସନ୍ଧାନ ଆଉ ନ ମିଳିବାରୁ ତାଙ୍କର ଜ୍ୱାଇଁ ଚୈତନ୍ୟ ମହାକୁର ନିଜ ଶ୍ୱଶୁର ଙ୍କ ନିଖୋଜ ସଂପର୍କରେ ସୋନପୁର ପୋଲିସରେ ଲିଖିତ ଅଭିଯୋଗ କରିଥିଲେ ହେଲେ ଅଦ୍ୟାବଧି ତାଙ୍କ ଶ୍ୱଶୁର ଙ୍କର କୌଣସି ଖୋଜଖବର ମିଳିନାହିଁ। ତେଣେ କୌଣସି ଦୁର୍ବୁତ୍ତ ବିଦ୍ୟୁତ ତାର ଟାଣି ବାରହା ଶିକାର କରିବା ପାଇଁ ଉଦ୍ୟମ କରି ବିଛା ଯାଇଥିବା ତାରକୁ ୧୧ କେଭି ବିଦ୍ୟୁତ ତାର ସହିତ ସଂଯୋଗ କରାଯାଇଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କିଛି ଗ୍ରାମବାସୀ ଅନୁମାନ କରିଥିବା ଜଣାପଡିଛି। ବାରହା ପରିବର୍ତ୍ତେ ବୀରସିଂ ଓ ଗୌତମ ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିବା ଅଭିଯୋଗ ହୋଇଛି l ବୀରସିଂ ଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ସେତେବେଳେ l ଅନ୍ୟ ପକ୍ଷରେ ଗୌତମ ଙ୍କର କୌଣସି ପତ୍ତା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।ଅଭିଯୋଗ ପାଇ ସୋନପୁର ଏସଡିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଓ ଥାନାଧିକାରୀ ନିରଞ୍ଜନ ଦାସ ଅନୁସନ୍ଧାନ ପାଇଁ ଉକ୍ତ ଗ୍ରାମ କୁ ଯାଇଥିଲେ ମଧ୍ୟ ଭୋଇପାଲି ଗାଁ ପୁରୁଷଶୁନ୍ୟ ହୋଇ ଯାଇଥିବା ଯୋଗୁଁ ତଦନ୍ତ ରେ କିଛି ଅଗ୍ରଗତି ଅଦ୍ୟାବଧି ହୋଇପାରିନାହିଁ। ଏହି ଘଟଣାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଗୋପନ ରଖା ଯାଇଥିବା ଜଣା ପଡୁଛି l ଏ ସମ୍ପର୍କିତ ଖବର ବନବିଭାଗ ପାଖରେ ସୂଚନା ନ ଥିବା ବେଳେ ବିଦ୍ୟୁତ ବିଭାଗର କିଛି ପ୍ରତିକ୍ରିୟା ମିଳିପାରିନି l ତେବେ ସୂଚନାଯୋଗ୍ୟ ଯେ ସୋନପୁର ବ୍ଲକ ମୟୂରଉଡାଣ ଗ୍ରାମ ପଞ୍ଚାୟତ ର କଇଁଫୁଲ ଗ୍ରାମର ଚୈତନ୍ୟ ମହାକୁର ମଙ୍ଗଳବାର ଦିନ ସୋନପୁର ଥାନାରେ ତାଙ୍କ ଶ୍ଵଶୁର ଗୌତମ ନିଖୋଜ ଥିବା ଲିଖିତ ଅଭିଯୋଗ କରିଥିଲେ ଓ ବୀରସିଂ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଓ ଗୌତମ ଙ୍କ ଉକ୍ତ ଦିନଠାରୁ କୌଣସି ପତ୍ତା ମିଳୁନି ବୋଲି ଅଭିଯୋଗ ରେ ଦର୍ଶାଇଥିଲେ l ସୋନପୁର ପୋଲିସ ମଧ୍ୟ ଏକ ନିଖୋଜ ମାମଲା କରି ଘଟଣାର ତଦନ୍ତ ଆରମ୍ଭ କରି ଛାନଭିନ ଜାରି ରଖିଛି lତେବେ ବାରହା ଶିକାର ସମୟରେ ଏଭଳି ଘଟଣା ଘଟିଥିବା ଓ ଗୌତମ କୁ ଜଙ୍ଗଲ ରେ ପୋଡି ଦିଆଯାଇଥିବା ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି l ତେବେ ଗୌତମର ନିଖୋଜ ସତ୍ତ୍ୱେ ତାଙ୍କର କିଛି ସଂପର୍କୀୟ ଶୁଦ୍ଧି ହୋଇଥିବା ବେଳେ ପରିବାର ର ଲୋକେ ସତ ଘଟଣାର ଅପେକ୍ଷା ରେ ରହି ଦୁଇଦୁଇଥର ସୋନପୁର ଥାନାକୁ ଆସି ତାଙ୍କର ଗୁହାରୀ ଜଣାଇଛନ୍ତି ତଥା ବର୍ତ୍ତମାନ ପର୍ଯ୍ୟନ୍ତ ଶୁଦ୍ଧିକ୍ରିୟା ନକରି ପୋଲିସ ର କାର୍ଯ୍ୟାନୁଷ୍ଠାନ ଅପେକ୍ଷା ରେ ରହିଛନ୍ତି।