-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Jan-2022
ନୟାଗଡ଼ (ପ୍ରଦୀପ କୁମାର ପଣ୍ଡା) ଆସନ୍ତାକାଲି ପୁଣ୍ୟ ପୌଷପୂର୍ଣ୍ଣିମା ତିଥି | ଆବହମାନ କାଳରୁ ଉକ୍ତ ତିଥିରେ ନୟାଗଡ଼ ଜିଲ୍ଲା ଶ୍ରୀ ଶ୍ରୀ ନୀଳମାଧବଜୀଉ ଙ୍କର ଦେଵାଭିଷେକ ତଥା ସୁନାବେଶ ନୀତି ସମ୍ପର୍ଣ୍ଣ ହୋଇ ଆସୁଛି | ଶ୍ରୀ ଜୀଉ ଙ୍କ ଏହି ସୁନାବେଶ ଦର୍ଶନ ପାଇଁ ଓଡିଶାର କୋଣ ଅନୁକୋଣ ରୁ ଲକ୍ଷାଧିକ ପର୍ଯ୍ୟଟକ ଙ୍କ ଭିଡ଼ ପରିଲିକ୍ଷିତ ହୋଇଥାଏ ନୀଳମାଧବ ଜୀଉ ଙ୍କ ମନ୍ଦିର ବେଢାରେ | ଏପରିକି ଉକ୍ତ ଦିନଟି କଣ୍ଟିଲୋବାସୀ ଙ୍କ ପାଇଁ ଏକ ରୋଜଗାର ର ଉତ୍ସ ପାଲଟିଥାଏ |ବର୍ତ୍ତମାନ ର କରୋନା ତୃତୀୟ ଲହରୀ ପରିସ୍ଥିତି କୁ ନେଇ ଶ୍ରୀ ଜୀଉ ଙ୍କ ସୁନାବେଶ ଶ୍ରଦ୍ଧାଳୁ ଶୂନ୍ୟ ହେବ ବୋଲି ପ୍ରଶାସନ ନିର୍ଦେଶ ଦେଇଛନ୍ତି | ସୂଚାନକ୍ରମେ ଖଣ୍ଡପଡା ତହସିଲଦାର ପାର୍ଥ ସାରଥୀ ହାସଁଦା ଙ୍କ ଅଧ୍ୟକ୍ଷତା ରେ କଂସା
ପିତଳ ବ୍ୟାଖାନ କେନ୍ଦ୍ରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଅତ୍ୟାବଶକୀୟ ଛତିଶାନିଯୋଗ କୁ ନେଇ ଶ୍ରୀ ଜୀଉ ଙ୍କ ସୁନାବେଶ ଅନୁଷ୍ଠିତ ହେବା ସହ କୌଣସି ଶ୍ରଦ୍ଧାଳୁ ଆସନ୍ତା କାଲି ମନ୍ଦିର ମଧ୍ୟକୁ ପ୍ରବେଶ ନକରିବା ପାଇଁ ତହସିଲଦାର ଙ୍କ କଡାନିର୍ଦେଶ ଜାରି ହୋଇଛି | ପ୍ରଶାସନ ର ଉକ୍ତ ନିୟମାବଳୀ କୁ ଉଲଂଘନ କଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣ୍ଡପଡା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ସୂଚନା ଦେଇଛନ୍ତି |