-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
ବରଗଡ଼ //ବରଗଡବାସୀଙ୍କ ପାଇଁ ଏକ ଦୁଃଖଦ ଏବଂ ଲଜ୍ଜା ଜନକ ଖବର | ସାରାଦେଶରେ ବୋଧେ କୌଣସି ସ୍ଥାନରେ ଏପରି ଘଟଣା ଘଟିନଥିବ ଯାହା ବରଗଡର ମୁଖ୍ୟ ଚିକିତ୍ସାଳୟରେ ଘଟିଛି | ବରଗଡ ମୁଖ୍ୟଚିକିତ୍ସାଳୟ ପରିଶରରେ ଥିବା କୋଭିଡ଼ ହସ୍ପିଟାଲ ଅକ୍ସିଜେନ ପ୍ଳାଣ୍ଟ ର ଅନେକ ଯନ୍ତ୍ରାଂଶ ଚୋରୀ ହୋଇଯାଇଛି ମାତ୍ର ଡାକ୍ତରଖାନାର କର୍ମଚାରୀଙ୍କୁ ଏ ବିଷୟରେ କିଛି ଜଣାନାହି | କୋଭିଡ଼ ହସ୍ପିଟାଲ ଅକ୍ସିଜେନ ପ୍ଲାଣ୍ଟର କୋଠରୀରେ ବାହାରପଟେ ତାଲା ପଡିଛି ମାତ୍ର ଭିତରେ ସାମାନ ଗାୟବ ଅଛି | ବରଗଡରେ ବଢୁଥିବା ସଙ୍କ୍ରମିତଙ୍କ ସଂଖ୍ୟାକୁ ଦେଖି କୋଭିଡ଼ ହସ୍ପିଟାଲର ପୂର୍ବପ୍ରସ୍ତୁତି ପାଇଁ ଯାଞ୍ଚ କରାଯାଇଥିବା ବେଳେ ଏହି ଚୋରୀ ଘଟଣାଟି ଜଣାପଡିଥିଲା | ତେବେ ପୂର୍ବରୁ ମଧ୍ୟ ମୁଖ୍ୟଚିକିତ୍ସାଳୟରୁ ୩ ଗୋଟି ନୂତନ ଏ ସି ଓ ଅନେକ ସାମଗ୍ରୀ ଚୋରୀ ହୋଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇନଥିଲା | ବାରମ୍ବାର ସି ଡି ଏମ୍ ଓ ଏବଂ ଏ ଡି ଏମ୍ ଓ ଙ୍କୁ ଥାନାରେ ଏଫ୍ ଆଇ ଆର୍ ଦେବାକୁ କହିବା ପରେ ମଧ୍ୟ ଏତଲା ଦିଆଯାଇନଥିଲା | ଏଥିରୁ ସ୍ଵଷ୍ଟ ଜଣାପଡୁଛି ଯେ ହସ୍ପିଟାଲରେ ବାରମ୍ବାର ହେଉଥିବା ଚୋରୀରେ ହସ୍ପିଟାଲ କର୍ତୃପକ୍ଷଙ୍କ ମଧ୍ୟ ହାତ ରହୁଛି | ଏହି ଘଟଣା ଟି ସଂବେଦନଶୀଳ ଘଟଣା ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାନକୁ ଖବର ଯିବାପରେ ବାଧ୍ୟ ହୋଇ ଭଟଲି ଥାନାରେ ଏତଲା ଦିଆଯାଇଛି | ଏଠାରେ ପ୍ରଶ୍ନ ଉଠୁଛି ଯେ କୋଠରୀରେ ତାଲା ପଡିଥିବା ସତ୍ବେ କୋଠରୀ ଭିତରୁ ଦାମିକିଆ କୋଭିଡ଼ ସାମଗ୍ରୀ ଚୋରୀ ହେଲା କେମିତି ? ହସ୍ପିଟାଲରେ ରହିଥିବା ଏତେ ସଂଖ୍ଯାରେ ସିକ୍ୟୁରିଟି ଗାର୍ଡ କରୁଥିଲେ କଣ ? ହସ୍ପିଟାଲ ର ସିସି ଟିଭି କ୍ୟାମେରା ଗଲା କୁଆଡେ ? ଏଥିରେ ସମ୍ପୂର୍ଣ ରୂପେ ହସ୍ପିଟାଲ ମେନେଜର ଓ ତାଙ୍କ ସହକର୍ମୀ ମାନେ ଦାୟୀ ଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ l
(ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)