-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jan-2022
କର୍ଲାମୁଣ୍ଡା(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜେ. କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କର୍ଲାମୁଣ୍ଡା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ଶିବିର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ ଟୀକା ଦିଆଯାଇଛି l କର୍ଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଓ ରିଷିଡl ହସ୍ପିଟାଲ ର ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀ ବୃନ୍ଦ ଙ୍କ ଦ୍ୱାରା ଜାନୁଆରୀ ୫ ତାରିଖରେ ୧୧୩ ଜଣ ଓ ୧୧ ତାରିଖରେ ୧୦୬ଜଣଙ୍କୁ ଟୀକା ଦିଆଯାଇଥିବା ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ସ୍ଵଚନା ଦେଇଛନ୍ତି l ଏହି ଟିକlକରଣ ଡାକ୍ତର ସୁଧାଂଶୁ ବେଦବାକ, ଜନ ସ୍ବାସ୍ଥ୍ୟ ଶିକ୍ଷା ସମ୍ପ୍ରସାରଣ ଅଧିକାରୀ କିଶୋର ଦାଶ, ରିଷିଡା ଟୀକାକରଣ ସଂଯୋଜକ ପବିତ୍ର ନାଏକ,ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ଅଜିତ ସିଂ କୁମାର, ଜୁନିଅର କଲେଜ ର ନୋଡାଲ ଅଫିସର ଅଧ୍ୟାପକ ଗିରିରାଜ ଗହିର, ଅଧ୍ୟାପକ ନିଳାମ୍ବର ପାତ୍ର ଓ ଅନ୍ୟ କର୍ମୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ଜୁନିଅର କଲେଜ ର ଯୁବ ରେଡ଼କ୍ରସ,ରେଡ ରିବନ କ୍ଲବ ତଥା ରାଷ୍ଟ୍ରୀୟ ସେବା ଯୋଜନା ର ସ୍ବେଛାସେବୀ ବୃନ୍ଦ ଏବଂ ଅନ୍ୟ ଅଧ୍ୟାପକ ଓ କର୍ମଚାରୀ ମାନେ ସହାୟତା କରିଥିଲେ l