-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
11-Nov-2020
ଗଞ୍ଜାମ, (ପ୍ରେରଣା ଖବର) - ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ ଘଟଣାରେ ପୁଲିସକୁ ମିଳିଲା ବଡ ସଫଳତା। ସାଢ଼େ ୬ କେଜି ସୁନା ଜବତ କରିଛି ଗଞ୍ଜାମ ପୁଲିସ। ଏ ନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି l ସେ କହିଛନ୍ତି,ଗତ ଅକ୍ଟୋବର ମାସ ୧୨ତାରିଖରେ ସୁନା ବ୍ୟବସାୟୀ ସୁରେନ୍ଦ୍ର ନାଥ ନାୟକଙ୍କ ଘରୁ ସୁନା ଚୋରି ହୋଇଥିଲା। ଏ ନେଇ ସେ ଥାନାରେ ଏତଲା ଦେଇଥିଲେ। ଚୋରି ହୋଇଥିବା ୬ କେଜି ୫୦୧ ଗ୍ରାମ ସୁନା ଜବତ କରାଯାଇଛି। ଚୋରି କରିଥିବା ଅଭିଯୋଗରେ ୧୦ଜଣ ଓ ସୁନା କିଣିଥିବା ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ୍।