-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ପାଟଣାଗଡ଼ ( ପୂର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବେଲପଡା କାନୁଟ ଗାଁ ରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ ର ରାଜ୍ୟ ସରକାର ଙ୍କ ଅନୁଦାନ ରେ ହୋଇଥିବା ୯୮ ଲକ୍ଷ ଟଙ୍କାର ହଷ୍ଟେଲ ଗୃହ ନିର୍ମାଣ ର ବିଧାୟକ ସରୋଜ କୁମାର ମେହେରଙ୍କ କରକମଳରେ ଆଜି ଉଦ୍ଘାଟନ ହୋଇଛି।ଓ
ନୁନହାଡ ରୁ ତୁରେକେଲା ରାସ୍ତା ୮.କିଲୋମିଟର ନିର୍ମାଣ କାର୍ଯ୍ୟ ର ଶୁଭାରମ୍ଭ ହୋଇଥିବା ବେଳେ ନୁନହାଡ ପଞ୍ଚାୟତ ଡୁଙ୍ଗୁରିପାଲି ଗାଁ ର ସ୍ବାଗତ ଗେଟ୍ ନିର୍ମାଣ ର ଉଦ୍ଘାଟନ କରିଥିଲେ। ଏବଂ ବେଲପଡା ରୁ ଧୁମାଭଟା ରାସ୍ତା ୮ କି.ମି ନିର୍ମାଣ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ। ବେଲପଡା ବ୍ଳକ ର
ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଯଥାଶୀଘ୍ର ସମାଧାନ କରିବା ପାଇଁ ଅଞ୍ଚଳବାସୀ କୁ ପ୍ରତିଶ୍ରୁତି ଦେଇଛନ୍ତି।ଆଜିର ଏହି ମହତ୍ ପୂର୍ଣ୍ଣ କାର୍ଯ୍ୟରେ ବିଧାୟକ ଙ୍କ ସହ ବେଲପଡା ବ୍ଳକ ପ୍ରତିନିଧି ଗଣେଶ କୁମ୍ଭାର, ଦୁର୍ଯୋଧନ କୁମ୍ଭାର, କୁମୁଦ ମହାଖୁଡ, ମହେଶ୍ବର ସାହୁ ଙ୍କ ସହ ଅନେକ ବିଜେଡି ନେତା ଉପସ୍ଥିତ ଥିଲେ।