-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ବଲାଙ୍ଗିର(ପ୍ରେରଣା ଖବର) ଆଜି ସ୍ଥାନୀୟ ବିଏସ୍ଏନଏଲ ଅଫିସ ପଛପଟ ନନ୍ଦ ମେରେଜ ମଣ୍ଡପ ପରିସରରେ ବଲାଙ୍ଗିର ଜିଲ୍ଲା ରୋଷେୟା ସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ରୋଷେୟାମାନଙ୍କୁ ସରକାରୀ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷାରେ ପଞ୍ଜିକୃତ କରାଯାଇଥିବାରୁ ଜିଲ୍ଲା ଶ୍ରମ ବିଭାଗ ତଥା ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହ ଦୁଇ ବର୍ଷର କରୋନା କଟକଣାରେ ସର୍ବହରା ହୋଇ ପଡିଥିବା ରୋଷେୟାମାନଙ୍କୁ ସରକାରୀ ସାହାଯ୍ୟ ସହେଯାଗର ହାତ ବଢାଇବାକୁ ଜିଲ୍ଲା ପ୍ରଶାସନକୁ ସଂଘ ଦାବୀ କରିଛି । ପ୍ରକାଶ ଯେ, ରୋଷେୟାମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା ବିବାହ, ବ୍ରତ, ମୃତାହ ଭୋଜି ରାନ୍ଧି ନିଜ ପରିବାର ର ପାଳନ ପୋଷଣ କରନ୍ତି । କିନ୍ତୁ ପ୍ରାୟ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ସେ ସବୁ ମୁଖ୍ୟତଃ ବନ୍ଦ ରହିଥିବା ବେଳେ ଯେଉଁ କିଛି କାର୍ଯ୍ୟକ୍ରମ ହେଉଛି ତାହା ମଧ୍ୟ ଅତି କମ ଜନ ସଂଖ୍ୟାରେ ସିମିତ ରହୁଛି । ଯାହାର ସିଧା ସଳଖ ପ୍ରଭାବ ରୋଷେୟା ଓ ତାଙ୍କ ସହେଯାଗିମାନଙ୍କ ଉପରେ ପଡିଛି । ଗତବର୍ଷ କରୋନା କଟକଣାରେ ପ୍ରଭାବିତ ବିଭିନ୍ନ ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା । କିନ୍ତୁ ସେଥିରେ ମଧ୍ୟ ବର୍ଷ ତମାମର ରୋଜଗାର ହରାଇ ବସିଥିବା ରୋଷେୟାମାନଙ୍କୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସାହାଜ୍ୟ ପ୍ରଦାନ କରାଯାଇ ନଥିଲା । ତେବେ ଗତ ବର୍ଷର କଠିଣ ସମୟ ପରେ ରୋଷେୟାମାନଙ୍କୁ ଏବେ ପୁଣି କରୋନା କଟକଣାର ଭୟ ଘାରିଛି । କରୋନା ମାଡ ପରେ କଟକଣାରେ ଜିବିକା ହରାଇ ଥିବା ଅନେକ ରୋଷେୟାଙ୍କ ଜମି ସୁନା ବିକ୍ରି ହୋଇ ସାରିଥିବା ବେଳେ ଅନେକେ ଏବେ ସର୍ବହରା । ଏଥର ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ରୋଷେୟା ତଥା ସହେଯାଗୀମାନଙ୍କୁ କୌଣସି ସାହାଯ୍ୟ ସହେଯାଗ ନମିଳିଲେ କେତେ ଯେ ସପରିବାର ଅତ୍ମହତ୍ୟା ନକରିବେ ତାହା କୁହା ଯାଇ ନପାରେ ବୋଲି ସଂଘ କହିଛି । ସଂଘର ସଭାପତି ବସନ୍ତ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଧାରଣ ପରିଷଦ ବୈଠକରେ ସଂପାଦକ ଗୋକୁଳା ମିଶ୍ର, ସହ ସଂପାଦକ ଗିରିଶ ଚନ୍ଦ୍ର ମିଶ୍ର, ଉପଦେଷ୍ଟା ସାମ୍ବାଦିକ ବାବୁ ପୁଜାରୀ ମଞ୍ଚାସିନ ଥିବା ବେଳେ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।