-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jan-2022
ଖପ୍ରାଖୋଲ (ବସନ୍ତ ମେହେର) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଭୁରୁଷିବାଞ୍ଜି ପଡା ଓ ତାମ୍ବିପଦର ମଧ୍ୟରେ ଦୀର୍ଘ ଦିନରୁ ଭୁର୍ଶୀବାଞ୍ଜି ନାଲାର ପିଲର ଅସ୍ଥାୟୀ ଭାବରେ ପଡିରହିଥିବା ବେଳେ ଗ୍ରାମବାସୀଙ୍କ ଅନେକ ଅସୁବିଧାର ସମ୍ମୁଖିନ ଭୋଗିବାକୁ ପଡୁଥିଲା, ଏଥିରେ ପ୍ରଶାସନ ଠୁ ନେତା ଯାଏଁ ଗୁହାରି କରି ହଇରାଣ ହେଲା ପରେ ଶେଷରେ ପ୍ରଶାସନ ତତ୍ପରତା ଦେଖାଇ ମାନ୍ୟବର ସରୋଜ ମେହେର ଭୁର୍ଶୀବାଞ୍ଜ ଓ ତାମ୍ବିପଦର ଗ୍ରାମବାସୀଙ୍କ ସହଯୋଗ ରେ ଶୁଭ
ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା,କାରଣ ଭୁର୍ଶୀବାଞ୍ଜି 250 ବିଶିଷ୍ଟ ଲୋକ ସଂଖ୍ୟା ଅଧିକାଂଶ ଆଦିବାସୀ ଅଟନ୍ତି, ତାଙ୍କର ଏକମାତ୍ର ରାସ୍ତାର ପୋଲ ଉପରେ ନିର୍ଭର କରନ୍ତି ଏଣୁ ବିଧାୟକ ସରୋଜ ମେହେର ଅଟକଲ ୬୩ ଲକ୍ଷଟଙ୍କା ଆନୁକୂଲ୍ୟରେ
ନିର୍ମାଣ ହେବ ବୋଲି ଉଦ୍ଧଘାଟନ କରିଥିଲେ, ଗ୍ରାମବାସୀ ଙ୍କ ଆନନ୍ଦ କହିଲେ ନ ସରେ, ଦୀର୍ଘ ୧୦ ବର୍ଷ ପରେ ପଡିରହିଥିବା ଅସ୍ଥାୟୀ ପୋଲର ନୂତନ ପୋଲ ହେବା ବୋଲି ଅନେକ ଅଞ୍ଚଳର ବୁଢ଼ାବୁଢ଼ୀ ମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଏବଂ ନୂତନ ବ୍ରିଜ ର ଶୁଭ ଉଦ୍ଧଘାଟନ ଦେଖିବା ପାଇଁ ଛୋଟ ଶିଶୁ ଠାରୁ ଅନେକ ଅଞ୍ଚଳର ଲୋକ ମାନେ ଅଂଶଗ୍ରହଣ କରି ବିଧାୟକ ଙ୍କୁ ଧନ୍ୟବାଦ ଜଣେଇଛନ୍ତି