-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ବଲାଙ୍ଗିର (ପ୍ରେରଣା ଖବର) : ମହାମାରୀ କରୋନାର ତୃତୀୟ ଲହର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି l କରୋନାର ନୂଆ ଭେରିଆଣ୍ଟ ଓମିକ୍ରନ୍ ଏବେ ରାଜ୍ୟରେ ତାର ଭୟଙ୍କର ରୂପ ଦେଖାଇବାକୁ ବସିଥିବା ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ଅଂଚଳର ଜଣେ କରୋନା ଆକ୍ରାନ୍ତ ରୋଗୀ ଆଜି ମୃତ୍ୟୁବରଣ କରିଥିବା ଖବର ମିଳିଛି l ସୂଚନା ଅନୁସାରେ ରୋଗୀ ଜଣକ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି l ବଲାଙ୍ଗିର ସି ଡି ଏମ୍ ଓ ଶ୍ରୀମତୀ ସ୍ନେହଲତା ସାହୁ ଏହି ସୂଚନା ଦେଇଛନ୍ତି lବଲାଙ୍ଗିର ଜିଲ୍ଲାରେ ପ୍ରଥମ ଓମିକ୍ରୋନ୍ ରୋଗୀଙ୍କ ମୃତ୍ୟୁ ସାରା ଜିଲ୍ଲାରେ ଏକ ଭୟ ର ବାତାବରଣ ସୃଷ୍ଟି କରିଛି l ସାରା ରାଜ୍ୟରେ କ୍ରମାଗତ ଭାବେ ଓମିକ୍ରୋନ୍ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଆଜି ଠାରୁ ସାରା ରାଜ୍ୟରେ ରାତି ୯ ରୁ ନାଇଟ୍ କର୍ଫ୍ୟୁ ଜାରି ରହିବ l