-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Jan-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା କଲେଜର ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶୀତକାଳୀନ ଶିବିର ଗତ ଜାନୁୟାରୀ ୩ ତାରିଖରେ ପୌଷଗ୍ରାମ କର୍ଲିପାଟ ଠାରେ ଉଦଘାଟିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ ଏହି ଶିବିରକୁ ଉଦଘାଟିତ କରିଥିଲେ l ଏନଏସଏସର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଜଗମୋହନ ଦର୍ଜୀଙ୍କ ନେତୃତ୍ୱରେ ୨୫ ଜଣ ସ୍ବେଛାସେବୀ ଏହି ଶିବିରରେ ଅଂଶଗ୍ରହଣ କରିଛନ୍ତି l ଶିବିରର ଦ୍ଵିତୀୟ ଦିବସରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ହେମନ୍ତ କୁମାର ମଲ୍ଲିକ ଉପସ୍ଥିତ ରହି ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ l ସେହିପରି ତୃତୀୟ ଦିବସରେ ସମ୍ମାନିତ ଅତିଥି ଭାବରେ ଲୋଇସିଂହା କଲେଜର ଇଂରାଜୀ ବିଭାଗ ପ୍ରାଧ୍ୟାପକ ବିବେକାନନ୍ଦ ମିଶ୍ର ଉପସ୍ଥିତ ରହି ସ୍ବେଛାସେବୀ ତଥା କର୍ଲିପାଟ ଗ୍ରାମର ଗ୍ରାମବାସୀଙ୍କୁ ଉଦବୋଧନ ଦେଇଥିଲେ l କୋଭିଡ-୧୯
ସଚେତନତା, ନିଶା ନିବାରଣ, ସ୍ଵଛ ଭାରତ ଅଭିଯାନ, ନାରୀ ନିର୍ଯାତନା, ରକ୍ତଦାନ, ଏଡ଼ସ ସଚେତନତା ବୃକ୍ଷରୋପଣ ପ୍ରଭୃତି କାର୍ଯ୍ୟକ୍ରମ ମାନ ଏହି ଶିବିରରର ଜନ ସଚେତନତା କରାଯାଉଛି l ଗୀତ, ନୃତ୍ୟ ଓ ନାଟକ ପ୍ରଭୃତି ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହିସବୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି l ଦୀର୍ଘ ୭ ଦିନ ବ୍ୟାପି ହେବାକୁ ଥିବା ଏହି ଶିବିରଟି ଆସନ୍ତା ୯ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଜାରି ରହିବ ବୋଲି କାର୍ଯ୍ୟକ୍ରମ ଅଧିକାରୀ ଜଗମୋହନ ଦର୍ଜୀ ସୂଚନା ପ୍ରଦାନ କରିଛନ୍ତି l ପୂର୍ବତନ ଛାତ୍ର ଯୁବ ସମାଜସେବୀ ସରୋଜ କୁମାର ମହାକୁର ଓ ଲୋଇସିଂହା ପ୍ରେରଣା ଖବର ପ୍ରତିନିଧି ବିନୋଦ କୁମାର ଦୀପ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଯୁବଗୋଷ୍ଠୀଙ୍କୁ ଦେଶ ନିର୍ମାଣରେ ଯୁବକଙ୍କ ଭୂମିକାକୁ ସମ୍ପାଦନ କରିଥିଲେ l