-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
10-Nov-2020
ଜନାଦେଶ 2୦2୦: ତିର୍ତ୍ତୋଲରେ ଦେଖିବାକୁ ମିଳିଲା ବାଲେଶ୍ୱରର ଝଲକ । ପୋଷ୍ଟାଲ ବାଲଟ ଗଣତି ଶେଷ ପରେ ତିର୍ତ୍ତୋଲରେ ବି ଆଗୁଆ ରହିଛି ବିଜେଡି । ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୮୫୨ ଭୋଟ ହାତେଇଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ଠାରୁ ୧୦୮୭ ଭୋଟରେ ଆଗୁଆ ରହିଛନ୍ତି ବିଜେଡିର ବିଜୟ । ବିଜେପି ପ୍ରାର୍ଥୀ ରାଜକିଶୋର ୨୭୭୪ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ମିଳିଛି ୪୪୨ ଭୋଟ!! ୨୦୧୯ରେ ତିର୍ତ୍ତୋଲ ଆସନ ବିଜେଡି ହାତରେ ଥିବା ବେଳେ ଏହାକୁ ପୁଣିଥରେ ଅକ୍ତିଆର କରିବାକୁ ଅଣ୍ଟା ଭିଡିଥିଲା ଦଳ । ଯାହାର ଝଲକ ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିଛି । ଦଳ ପାଇଁ ଏହି ଆସନ ସମ୍ମାନର ଲଢେଇ ହୋଇଥିବା ବେଳେ ବିଜେପି ମଧ୍ୟ ଏହି ଆସନ ଅକ୍ତିଆର କରି ବିଜେଡି ବଡ ଝଟକା ଦେବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ କଂଗ୍ରେସର ନୂଆ ଚେହେରା ଲୋକଙ୍କର ଆସ୍ଥାଭାଜନ ହୋଇପାରିନଥିବା ପ୍ରଥମ ରାଉଣ୍ଡ ଫଳାଫଳରୁ ଜଣାପଡିଛି!!*