-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଚରମ ଅବ୍ୟବସ୍ଥା ଭିତରେ ଏକାଧିକ ମଣ୍ଡି- ଚାଷୀର ସରଳତାର ଫାଇଦା ଉଠାଉୁଛନ୍ତି ପେକ୍ସ ଅଧିକାରୀ

26-Dec-2021



ବଲାଙ୍ଗୀର//, ଚାଷୀ ଅମଳ ସମୟରେ ବଲାଙ୍ଗୀର ଜିଲ୍ଲାରେ ଚାଷୀ ମାନଙ୍କ ପାଇଁ ଦୁର୍ଦ୍ଦଶା ଆଣି ଦେଇଛି (ପ୍ରାଥମିକ କୃଷି ସମବାୟ ସମିତି)ପେକ୍ସ ମାନଙ୍କର ମନମାନୀ କାରବାର । ସରକାରଙ୍କ ଗାଇଡଲାଇନ କୁ ଉଲ୍ଲଙ୍ଘନ କରାଯାଇ ଅନେକ ସ୍ଥାନରେ ଅବାଧରେ ଧାନକିଣାବିକା କରାଯାଉଛି । ଅନେକ ସ୍ଥାନରେ ବହୁ ବିଳମ୍ବରେ ଧାନ କିଣାବିକା ଆରମ୍ଭ ହୋଇଥିବା ବେଳେ କାଗଜପତ୍ରରେ କୌଣସି ପେକ୍ସରେ ବି ସ୍ୱଚ୍ଛତା ଅବଲମ୍ବନ କରାଯାଇ ନାହିଁ । ଅନେକ ପେକ୍ସରେ  ଅଖା ବସ୍ତା ବଦଳରେ  ଜରିବାସ୍ତା ଅଣାଉଛି ଯାହା ସରକାରୀ ନିୟମ ବିରୁଦ୍ଧ ଅଟେ ।    ବଲାଙ୍ଗୀର ଜିଲ୍ଲାରେ ଧାନ କିଣାରେ ଦୁର୍ନୀତି ଓ ଜିଲ୍ଲାର ଥିବା ୧୫୭ ଟି ପେକ୍ସରେ ଚାଲିଥିବା ଆର୍ଥିକ ଅନିୟମିତତା ଓ ଚାଷୀ ମାରଣ ନୀତି ନେଇ ଏବେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲାର ସବୁ ପେକ୍ସରେ  କଟନି ଛଟନି ନାଁ ରେ ନିରୀହ ଚାଷୀ ମାନଙ୍କୁ ଶୋଷଣ କରାଯାଇଉଛି । ଗୋଟିଏ ପଟେ ପେକ୍ସ ସଂପାଦାକ ମାନେ ଏକାଧିକ ପେକ୍ସର ଦାୟିତ୍ୱରେ ରହିଥିବା ବେଳେ ସେମାନେ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ତଳାଇ ପାରୁ ନାହାନ୍ତି । ଏକ ଅନୁସନ୍ଧାନରୁୁ ଜଣାପଡିଛି ଯେ ଧାନ କିଣାବିକାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ପ୍ରତ୍ୟେକ ପେକ୍ସ ତଥା ଧାନ ଅନ୍‌ଲୋଡିଂ ସ୍ଥାନରେ ସିସି ଟିଭି ସଂଯୋଗ ହେବା କଥା କିନ୍ତୁ ଏକାଧିକ ପେକ୍ସ ଗୁଡିକରେ ସିସିଟିଭି ସଂଯୋଗ ହୋଇ ନାହିଁ କିମ୍ବା ସିସି ଟିଭି ଥାଇ ବି ଅଚଳ ହୋଇ ପଡିଛି ।  ଏ ପର୍ଯ୍ୟନ୍ତ ୮ଲକ୍ଷ କୁଇଣ୍ଟାଲ ଧାନକିଣା ସରିଥିବା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ପେକ୍ସରେ ଚାଷୀ ଅସନ୍ତୋଷ ର ଖବର ସାମ୍‌ନାକୁ ଆସିଛି । ଆଗଲପୁର ବ୍ଲକ ଡୁଡକା ପେକ୍ସରେ ଅସନ୍ତୋଷ ଚାଷୀ ମାନେ ନାମ ପଂଜିକୃତକୁ ନେଇ ଆଗପଛ ହୋଇଥିବା ଅଭିଯୋଗ କରି  ପେକ୍ସ ସଂପାଦକ ରାଧାକାନ୍ତ ସାହୁଙ୍କୁ ଘେରିଥିଲେ । ପୁଣି ବିଡିଘାଟ, ଭାଲେର,ଝାଙ୍କରପାଲି ଆଦି ପେକ୍ସରେ ସଂପାଦକ ମାନେ ଏକାସାଙ୍ଗରେ

ଦୁଇ ଦୁଇଟି ପେକ୍ସରେ ଦାୟିତ୍ୱରେ ରହିଥିବା ଯୋଗୁଁ ଧାନ କିଣାବିକାରେ ଅବ୍ୟବସ୍ଥା ଦେଖା ଦେଇଛି । ପୁଇନ୍ତଳା ବ୍ଲକ ଦଶପୁର ପେକ୍ସରେ ବ୍ୟାପକ କଟନି ଛଟନି ଚାଲିଥିବାର ଅଭିଯୋଗ ହୋଇଛି । ବହୁ ସ୍ଥାନରେ ପେକ୍ସ ଅଧିକାରୀ ଓ ମିଲର୍ସ ଚାଷୀର ସରଳତାର ସୁଯୋଗ ନେଇ ଶୋଷଣ କରୁଥିବାର ଅଭିଯୋଗ ଆମର ହସ୍ତଗତ ହୋଇଛି । ଆଗଲପୁର ବ୍ଲକର ବିଭିନ୍ନ ପେକ୍ସର ଦଲାଲ ଜରିଆରେ ଧାନ କିଣା ଚାଲିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ମଣ୍ଡିରୁ ମିଲର୍ସ ଧାନ ନେଉଥିବାରୁ ମନଇଛା କଟନି ଛଟନି କରୁଛନ୍ତି । ରୋତ୍ ଓ ଭରସୁଜା ପେକ୍ସରେ ଧାନକିଣା ବିକାରେ ଚରମ ଅବ୍ୟବସ୍ଥା ତଥା ପେକ୍ସ ଅଧିକାରୀ ମାନଙ୍କ ମନୋମୁଖୀ କାରବାର ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏପରି ଅସାଧୁ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।  ଏହାରି ଭିତରେ ଅନେକ ମଣ୍ଡିରେ ଫଲ୍ସ ଏଣ୍ଟ୍ରି କରାଯାଇ ଧାନ କିଣାବିକା ଆରମ୍ଭ ହୋଇଯାଇଛି । ଏଥର ଅନେକ ପେକ୍ସରେ ବହୁ ବିଳମ୍ବରେ ଧାନକିଣା ଆରମ୍ଭ ହୋଇଥିବା ବେଳେ ବହୁ ଚାଷୀ ନିଜ ଟୋକନ ଲେପ୍ସ ହୋଇଯିବା ଚିନ୍ତାରେ ରହିଛନ୍ତି । ଧାନକିଣା ବିକାରେ ଏପରି ଅବ୍ୟବସ୍ଥା ଚାଲିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ କିନ୍ତୁ ଧାନକିଣାବିକା ସୁରୁଖୁରୁରେ ଚାଲିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like