-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
25-Dec-2021
ବୀରମହାରାଜପୁର (ବିନୋଦ ପାଣ୍ଡେ) // ସ୍ଥାନୀୟ ଜଳସେଚନ ଡାକ ବଙ୍ଗଳା ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ଜନ୍ମଦିନ କୁ ବୀରମହାରାଜପୁର ବିଜେପି ପକ୍ଷରୁ ସୁଶାସନ ଦିବସ ଭାବରେ ପାଳନ କରାଯାଇଛି l ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିଶୋର ହୋତା ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଉଷା କୁମାରୀ,
ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ, ବିଜେପି ଜିଲ୍ଲା ଉପସଭାନେତ୍ରୀ ନଳିନୀ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟl ଗାୟତ୍ରୀ ପାଣିଗ୍ରାହୀ, ବିଜେପି ମଣ୍ଡଳ ସଭାପତି ଶରତ ମିଶ୍ର, ହରିହର ପାତ୍ର, ଅଶୋକ ସାହୁ,ରାଧାକାନ୍ତ ପଣ୍ଡା,ଗୌର ଜଗଦଲା, ସୁମନ୍ତ ଜଗଦଲା, ପ୍ରମୁଖ ବାଜପେୟୀ ଙ୍କ କାର୍ଯ୍ୟକଳାପ ଉପରେ ସୃତିଚାରଣ କରିଥିଲେ l ଉକ୍ତ
କାର୍ଯ୍ୟକ୍ରମ ରେ ରମେଶ ଚନ୍ଦ୍ର ପଣ୍ଡା,ଏକଲବ୍ୟ ବେହେରା,ରଶ୍ମିତା ଷଡ଼ଙ୍ଗୀ ,ନରେଶ ପଧାନ, ଭୀଷ୍ମ ଦନ୍ତା,ରାମ ଚନ୍ଦ୍ର କର୍ଣ୍ଣ, ବାଳମକୁନ୍ଦ ଗେଜ,ପଙ୍କଜ ନାୟକ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l ବୀରମହାରାଜପୁର ମଣ୍ଡଳ ସାଧାରଣ ସମ୍ପାଦକ ଶିବ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l