-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
25-Dec-2021
ବ୍ରହ୍ମପୁର ବିଶ୍ଵଦ୍ୟାଳୟର ଶିକ୍ଷା ବିଭାଗରେ କଳାକୃତି ନାମରେ ଏକ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ ଟା ବେଳେ ପ୍ରଦର୍ଶନୀର ଶୁଭ ଉଦଘାଟନ ବିଶ୍ଵ ବିଦ୍ୟାଳୟର କୁଳପତି ଜି. ଜେ . ଚକ୍ରପାଣି କରିଥିଲେ। ବିଶ୍ଵ ବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟର ଉନ୍ନୟନ ଅଧିକାରୀ ପ୍ରଫେସର ଅରୁନ୍ଧତୀ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀ ପ୍ରଦୀପ କୁମାର
ମିଶ୍ର, ଡ଼ଃ ବାବୁଜୀ ସାମଲ, ଡ଼ଃ ସରୋଜ କୁମାର ପ୍ରମୁଖ ଏହି କାର୍ଯ୍ୟକ୍ରରେ ସାମିଲ ହୋଇଥିଲେ।ଏଥିରେ ବିଭାଗର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ସ୍କୁଲ ଅଫ ଏଜୁକେସନର ଅଧକ୍ଷ ଶରତ କୁମାର ସାହୁ ଓ ପ୍ରଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଯାଇଅଛି। ସ୍କୁଲ ଅଫ୍ ଏଜୁକେସନ୍ ର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ର ଛାତ୍ରୀଗଣ ସକ୍ରିୟ ଅଂଶଗ୍ରହଣ କରିବା ସହିତ ବିଶ୍ଵ ବିଦ୍ୟାଳୟର ଅନ୍ୟ ଛାତ୍ର ଛାତ୍ରୀ ପରିଦର୍ଶନ କରି ଏହି କାର୍ଯ୍ୟକ୍ରମକୁ ସଫଳିକୃତ କରିଛନ୍ତି।