-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
25-Dec-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) // ଗତ ୧୫ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଳା ବ୍ଲକ ସଦର ମହକୁମା କଲ୍ୟାଣ ମଣ୍ଡପ ଠାରେ ବରଗଡ଼ ବିକାଶ ହସ୍ପିଟାଲ ଓ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ଓ ବିଭିନ୍ନ ସଂଗଠନ ଓ ଗୁଡ଼ଭେଳାର ବଦାନ୍ୟ ବ୍ୟକ୍ତି ମାନଙ୍କ ମିଳିତ ସହଯୋଗରେ ବୃହତ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗୀର ସ୍ବେଛାସେବୀ ସଂଗଠନ ଓ ଲାୟନ୍ସ ଆଇ ହସ୍ପିଟାଲ୍ ନିଜର ପ୍ରାଥମିକ ଦାୟିତ୍ଵ ବହନ କରି ନିଜସ୍ଵ ଖର୍ଚ୍ଚରେ ଗୁଡ଼ଭେଲାରୁ ୨୧ ଜଣ ଆଖିଜନିତ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରି ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲାୟଂସ ଆଇ ହସ୍ପିଟାଲ୍ ସାହାଯ୍ୟ ର ହାତ ବଢ଼ାଇ ଥିବାରୁ ତାଙ୍କୁ ବଲାଙ୍ଗୀର ସ୍ବେଛାସେବୀ ସଂଗଠନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି l