-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
25-Dec-2021
ବଲାଙ୍ଗୀର(ପ୍ରେରଣା ଖବର) // ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କଙ୍କରିଆ ଗ୍ରାମର ମକରଧ୍ୱଜ ପଧାନ (୬୧) ସିକଲିନ ସମସ୍ୟା ହେତୁ ସ୍ଥାନୀୟ ଭିମଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରିରରେ ରକ୍ତ ପରିମାଣ ୫%
ଥିବାରୁ ଡକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ମକରଧ୍ୱଜ ପଧାନଙ୍କ ପୁତ୍ର ବିଦ୍ୟାଧର ପଧାନ ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ରକ୍ତ ପାଇଁ ସହାୟତା ମାଗିଥିଲେ । ଖବର ପାଇବା ମାତ୍ରେ ଜିଲ୍ଲା ଯୁବ ସଭାପତି ଅସୀମ ଭୋଇଙ୍କ ନେତୃତ୍ୱରେ ବଲାଙ୍ଗିର
ବ୍ଲକ ଉପରଝର ଗ୍ରାମର ଦିନେଶ କୁମାର ପଧାନ ରକ୍ତଦାନ କରି ମକରଧ୍ୱଜ ପଧାନଙ୍କ ଜିବନ ବଂଚାଇଥିଲେ । ଏ ଅବସରରେ ଯୁବ ସଦସ୍ୟ ଘାସିରାମ ପଧାନ ଓ ଶଙ୍କର ପଧାନ ମଧ୍ୟ ଉପସ୍ଥିତ ଥିଲେ ।