-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
25-Dec-2021
ସୁବର୍ଣ୍ଣପୁର // ସୁବର୍ଣ୍ଣପୁର ଜିଲ୍ଲା ଚିଟଫଣ୍ଡ ଜମାକାରୀମାନଙ୍କୁ ରାଜ୍ୟ ସରକାର ଠକି ଚାଲିଥିବା ଅଭିଯୋଗ ହୋଇଛି ।ଅନେକବାର ଚିଟଫଣ୍ଡ ଜମାକାରୀଙ୍କୁ ଚିହ୍ନଟ କରି ତାଙ୍କ ଜମା ରାଶି ଫେରାଇବା ପାଇଁ ସରକାର ଘୋଷଣା କରିଥିଲେ ବି ଚିଟଫଣ୍ଡ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ବି ଶେଷ ହୋଇନାହିଁ ।ତେବେ ଜମାକାରୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ଦୌଡି ଦୌଡି ନିରାଶ ହେବା ସାର ହେଉଛି ।ଆଗାମୀ ଜାନୁୟାରୀ 17 ତାରିଖରୁ ଚିଟଫଣ୍ଡ ଜମାକାରୀମାନଙ୍କୁ ନ୍ୟାୟ ପ୍ରଦାନ ତଥା ଜମାରାଶି ଫେରସ୍ତ ଦାବୀରେ ଦୁର୍ବାର ଆନ୍ଦୋଳନ କରିବାକୁ ଆଜି ଜମାକାରୀମାନେ ନିଷ୍ପତ୍ତି ନେଇଛନ୍ତି ।ତେବେ ଆଜି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଜମାକାରୀମାନେ ସଦର ମହକୁମା ବାଲାଜୀ ମନ୍ଦିର ପ୍ରାଂଗଣରେ ଏକତ୍ରୀତ ହୋଇଥିଲେ । ଆଇନଜିବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ଜମାକାରୀମାନେ ନିଜ ନିଜ ମତାମତ ପ୍ରଦାନ କରିବା ସହିତ ତୁରନ୍ତ କିଭଳି ଜମାରାଶି ଫେରି ପାଇବେ ସେ ସଂପର୍କରେ ଗଭୀର ଆଲୋଚନା କରାଯାଇଥିଲା ।ତେବେ ଜିଲ୍ଲାରେ ହଜାର ହଜାର କ୍ଷତିଗ୍ରସ୍ତ ଜମାକାରୀ ଥିବାବେଳେ ସମସ୍ତ ଜମାକାରୀଙ୍କୁ ସାମିଲ କରି ତୀବ୍ର ଆନ୍ଦୋଳନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ।ଜିଲ୍ଲାର ସମସ୍ତ ଜମାକାରୀମାନେ ଆଗାମୀ 17 ତାରିଖରୁ ବ୍ୟାପକ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆନ୍ଦୋଳନ ର ରୂପରେଖ ପ୍ରସ୍ତୁତ କରାଯାଇଥିବା ଆଇନଜିବୀ ବଳଦେବ ବେଦବାକ କହିଛନ୍ତି ।