-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
22-Dec-2021
ସାମ୍ବାଦିକଙ୍କ ବୀମା ରାଶି ବୃଦ୍ଧି ନେଇ ଚିନ୍ତା କରୁଛନ୍ତି ସରକାର । ଖୁବଶୀଘ୍ର ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ ନେଇ ମଧ୍ୟ ନୀତି ଆସିବ । ଏ ନେଇ ରାଜ୍ୟ ସରକାର ତିନୋଟି କମିଟି ଗଠନ କରିଥିବା କହିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ତୁରନ୍ତ ଏହି କମିଟି ବିଭିନ୍ନ ରାଜ୍ୟକୁ ଗସ୍ତ କରି ରିପୋର୍ଟ ଦେବେ । କମିଟି ରପୋର୍ଟ ପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ସେହିପରି ଖୁବଶୀଘ୍ର ୱେବ ମିଡିଆ ପାଇଁ ସ୍ୱତନ୍ତ୍ର ନୀତି ଆସିବ ବୋଲି ସୂଚନା ଦେଇଛନ୍ତି ମାନସ ମଙ୍ଗରାଜ ।*
*- ମାଲକାନଗିରିରେ ସାମ୍ବାଦିକ ଗିରଫ ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ଘଟଣାରେ ଆଲୋଚନା ଜାରି ରହିଛି । ସାମ୍ବାଦିକମାନେ ନିଶ୍ଚିତ ନ୍ୟାୟ ପାଇବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି । ଏହା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି ମାନସ ମଙ୍ଗରାଜ । ଓୟୁଜେର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହୋଇ ମତ ରଖିଛନ୍ତି ମାନସ ମଙ୍ଗରାଜ । ଏହି ଅବସରରେ ୧୦ ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
( ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)