-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Nov-2020
ବଲାଙ୍ଗୀର: (ପ୍ରେରଣା ଖବର )- ଜଣେ ଚାଷୀ ଙ୍କ ନାଁ ରେ 'ହିନ୍ଦୂଜା ଷ୍ଟିଲ ' ନାମକ ଏକ ଜାଲ କମ୍ପାନୀ ଖୋଲାଯାଇ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ର ଜି ଏସ ଟି ଠକେଇ ହୋଇଥିବାର ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ଅନ୍ତର୍ଗତ ଘଣ୍ଟ ମାଲ୍ ଗ୍ରାମର ରବିନ୍ଦ୍ର ଭୋଇ ନାମକ ଜଣେ ଚାଷୀ ଙ୍କ ନାଁ ରେ ହିନ୍ଦୁଜା ଷ୍ଟିଲ ନାମରେ ଏକ ମିଛ କମ୍ପାନୀ ଖୋଲାଯାଇ କୋଟିଏ ଟଙ୍କାର ଜି ଏସ ଟି ଠକେଇ ହୋଇଥିବାର ଅଭିଯୋଗ ହୋଇଛି । ରବୀନ୍ଦ୍ର ଙ୍କ ଘରକୁ ତିନି ଜଣ ବିଭାଗୀୟ ଅଧିକାରୀ ଯାଇ ତଦନ୍ତ କରିଥିଲେ । ତଦନ୍ତ ସମୟରେ ଯୁବକ ଜଣକ ଠକେଇ ହୋଇଥିବା ଜାଣି ସଇଁତଳା ଥାନା ରେ ଅଭିଯୋଗ କରିଥିଲେ । ବଲାଙ୍ଗୀର ଟାଉନ୍ ଥାନା ପୋଲିସ ଟିକ୍ରାପରା ର ଦୁଇ ଜଣ ଙ୍କୁ ଥାନା କୁ ଆଣି ପଚରଉଚରା କରୁଥିବା ଜଣାପଡିଛି । ସେମାନେ ହେଲେ ଗାୟତ୍ରୀ ଜୟ ଶ୍ୱାଲ୍ ଓ ବୀରେନ୍ଦ୍ର ଜୟ ସ୍ୱାଲ୍ । ଏହି ଦୁଇ ଜଣ ଙ୍କ ବ୍ୟତୀତ ଆଉ କେହି ଏହି ଘଟଣାରେ ଜଡ଼ିତ ଅଛନ୍ତି ତାହା ତଦନ୍ତ ପରେ ସାମ୍ନା କୁ ଆସିବ ବୋଲି ପୋଲିସ କହିଛି ।