-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Nov-2020
ଢେଙ୍କାନାଳ, (ଦୀପକ କୁମାର ଷଡଙ୍ଗୀ )ଢେଙ୍କାନାଳ ଜିଲ୍ଲାର ଝିଅ ଅଦିତି ପରିଡା ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ୍) ପରୀକ୍ଷା (ମହିଳା)ରେ ଟପ୍ପର ହୋଇଛନ୍ତି। ଏଭଳି ସଫଳତା ହାସଲ କରିବାରେ ଅଦିତି ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା। ତାଙ୍କ ଘର ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ୍ ଅନ୍ତର୍ଗତ ନାଧରା ଗାଁରେ।
ଭାରତୀୟ ସ୍ଥଳ ସେନା ବାହିନୀର ବ୍ରିଗେଡିୟରଙ୍କ ଝିଅ ଅଦିତି ପୁଣେରୁ ସାମ୍ବାଦିକତାରେ ସ୍ନାତକ ହାସଲ କରିଛନ୍ତି। ପାଠପଢା ବ୍ୟତୀତ ଅଦିତି ନାଚରେ ବି ରୁଚି ରଖନ୍ତି।