-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2021
ମୁନିଚ୍: ବୁଧବାର ଦିନ ମୁନିଚ୍ର ଚଳଚଞ୍ଚଳ ମୁଖ୍ୟ ରେଳ ଷ୍ଟେସନ୍ ନିକଟରେ ଥିବା ପୋଲରେ ଗୋଟାଏ ପୁରାତନ ବିମାନ ବୋମା ବିସ୍ଫୋରଣ ଘଟିବାରୁ ୪ଜଣ ବ୍ୟକ୍ତି ଆହତ ହୋଇଥିବା କଥା ଟୁଇଟ୍ କରି ପୁଲିସ କହିଛି। ଆହତମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା କଥା ମୁନିଚ୍ ଫାୟାର୍ ବ୍ରିଗେଡ୍ କହିଛନ୍ତି।
ସୂଚନାଯୋଗ୍ୟ, ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହେବାର ୭୦ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଜର୍ମାନିରୁ ପ୍ରତିବର୍ଷ ୨୦୦୦ ଟନ୍ର ସକ୍ରିୟ ବୋମା ଏବଂ ଆଗ୍ନେୟାସ୍ତ୍ର ଆବିଷ୍କାର କରାଯାଉଛି।ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ବ୍ରିଟିସ୍ ଏବଂ ଆମେରିକୀୟ ଲଢୁଆ ବିମାନ ଜର୍ମାନି ଉପରେ ନିକ୍ଷେପ କରିଥିବା ୧.୫ ନିୟୁତ ଟନ୍ ବୋମା ମାଡ଼ରେ ୬ ଲକ୍ଷ ବ୍ୟକ୍ତି ନିହତ ହୋଇଥିଲେ। ସରକାରୀ ଅଧିକାରୀମାନଙ୍କ ଆକଳନ ଅନୁସାରେ, ସେଥିରୁ ବିସ୍ଫୋରିତ ହୋଇ ନ ଥିବା ୧୫% ବୋମା ଭୂଗର୍ଭର ୨୦ ଫୁଟ୍ ଗଭୀରରେ ପୋତି ହୋଇ ରହିଛ
ସୁଡ଼ଙ୍ଗ ନିର୍ମାଣ ନିମନ୍ତେ ‘ଡ୍ରିଲ୍’ କରାଯାଉଥିବା ବେଳେ ଘଟଣାସ୍ଥଳରେ ବିସ୍ଫୋରଣ ଘଟିଥିବା କଥା ପୁଲିସ କହିଛି। ବିସ୍ଫୋରଣ ପରେ ସମ୍ପୃକ୍ତ ଅଞ୍ଚଳକୁ ‘କର୍ଡନ୍ ଅଫ୍’ କରାଯାଇଛି। ସମ୍ପୃକ୍ତ ଅଞ୍ଚଳ ବାହାରେ କୌଣସି ବିପଦ ନ ଥିବା କଥା ମଧ୍ୟ ପୁଲିସ କହିଛି।
ଘଟଣାସ୍ଥଳରେ ଆଉ ବୋମା ଅଛି କି, ନାହିଁ ପରୀକ୍ଷା କରିବା ଲାଗି ବିସ୍ଫୋରକ ବିଶେଷଜ୍ଞମାନଙ୍କୁ ଘଟଣାସ୍ଥଳକୁ ଡକାଇଯାଇଥିଲା ବୋଲି ଫାୟାର୍ ବ୍ରିଗେଡ୍।
ବିସ୍ଫୋରଣ ହେତୁ ମୁଖ୍ୟ ଷ୍ଟେସନ୍ରୁ ବାହାରକୁ ଓ ଷ୍ଟେସନ୍କୁ ରେଳ ଯାତ୍ରା ବାତିଲ କରାଯାଇଥିଲା।