-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): କୋଭିଡ ସମୟରେ ମୃତ୍ୟୁ ବରଣ କରିଥିବା ସମ୍ବାଦ ର ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ ଙ୍କ ପରିବାରକୁ ବୁଧବାର ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା କୋଭିଡ ଯୋଦ୍ଧା ଘୋଷଣା ପୂର୍ବକ ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି I କରୋନା ବିରୁଦ୍ଧ ଲଢେଇରେ କାର୍ଯ୍ୟରତ ବେଳେ ପ୍ରାଣବଳି ଦେଇଥିବା କୋଭିଡ ଯୋଦ୍ଧା ଦୈନିକ ଖବର କାଗଜ ସମ୍ବାଦ ସମ୍ବଲପୁର ସଂସ୍କରଣର ଡି. ଜି.ଏମ ଥିଲେ I ସ୍ୱର୍ଗତ ଦେବେନ୍ଦ୍ର ସାମନ୍ତରାୟଙ୍କ ପତ୍ନୀ ସୁକାନ୍ତି ସାମନ୍ତରାୟଙ୍କ ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କ ପୁଅ ସୁବାଶିଷ ସାମନ୍ତରାୟ ଆଜି ଜିଲ୍ଲାପାଳଙ୍କ ଠାରୁ ଏହି ରାଶି ସଂଗ୍ରହ କରିଛନ୍ତି I ସୂଚନା ଯେ ଶ୍ରୀ ଦେବେନ୍ଦ୍ର ସାମନ୍ତରାୟ ଆଦିତ୍ୟ ହସ୍ପିଟାଲ ଭୁବନେଶ୍ୱର ଠାରେ କୋଭିଡ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା କଲାପରେ ମୃତ ସାମ୍ବାଦିକ ଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ I ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଉପସ୍ଥିତ ଥିଲେ I