-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ସହର ର ବିଭିନ୍ନ ଅଂଚଳ ର ଦୋକାନ ମାନକଂରେ ତମାଖୁ ସିଗାରେଟ୍ ଓ ଗୁଟଖା ବିକ୍ରୟ ନିଷେଧ ପାଇଁ ଏକ ଟିମ ଚଢାଉ କରି ୪୯୦୦ ଟକାଂ ଜୋରିମାନା ଆଦାୟ କରାଯାଇଛି । ଏହି କୋଟପା ଏନ୍ଫୋର୍ସ ମେଣ୍ଟ ଟିମ
ରେ ଖାଦ୍ଯ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ଡ୍ରଗ୍ସ ଇନ୍ସପେକ୍ଟର ଉମାଶଂକର ମେହେର , ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପରିଦର୍ଶକ ତଥା କୋଭିଡ ଭେକସିନ ପରିଚାଳକ ପ୍ରମାେଦ କୁମାର ସାହୁ, ରାଜିବ ପଧାନ ଅବକାରୀ ବିଭାଗ ର ଏ ଏସ ଆଇ କିତନ ନାଏକ ଓ ଟିମ ପାେଲିସ ପର୍ସନେଲ ସୁଶାନ୍ତ ପଧାନ ପ୍ରମୁଖ ସାମିଲ ଥିଲେ । ସହର ର ମୋଟ ୪୦ ଗୋଟି ଦୋକାନ ଉପରେ ଚଢାଉ ହୋଇଥିଲା ଓ ୨୯ ଟି ଦୋକାନ ରୁ ଜରୀମାନା ଆଦାୟ ହୋଇଥିଲା l