-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2021
ସମ୍ବଲପୁର,(ସଂଜୀବପାଣିଗ୍ରାହୀଙ୍କ)
ଜାତୀୟ ସବ୍ ଜୁନିଅର ଜୁଡୋ ପ୍ରତିଯୋଗିତାରେ ଓଡିଶାରୁ ଏକମାତ୍ର ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ଉଦୀୟମାନ ଯୁବ ପ୍ରତିଭା ଇଶାନ୍ କୁମାର ପ୍ରଧାନଙ୍କୁ ଆଜି ଜ଼ିଲ୍ଲା ଓବିସି ମଞ୍ଚ ପକ୍ଷରୁ ସମର୍ଦ୍ଧିତ କରାଯାଇଥିଲା I ବୁଧବାର ଅପରାହ୍ନ ଘ.୫ ଣ୍ଟା ସମୟରେ ଜ଼ିଲ୍ଲା ଓବିସି ମଞ୍ଚ ସମ୍ବଲପୁରର କର୍ମକର୍ତ୍ତା ମାନେ ତାଙ୍କ ଗୋବିନ୍ଦତୋଳା ସ୍ଥିତ ବାସଭବନକୁ ଯାଇ ପୁଷ୍ପ ଗୁଚ୍ଛ ସହିତ ଉତ୍ତରୀୟ ପ୍ରଦାନ ପୂର୍ବକ ଇଶାନ୍ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ I ଏହି ଅବସରରେ ଓବିସି ମଞ୍ଚର ଜ଼ିଲ୍ଲା ଆବାହକ ସରୋଜ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର କୁମାର ପାତ୍ର, ଓବିସି କର୍ମୀ ହୀରାଲାଲ ବେହେରା, ଲଷ୍ମଣ ପ୍ରଧାନ, ସୁରେଖା ସାହୁ, ସୁଷମା ସାହୁ, ପ୍ରହଲ୍ଲାଦ ସାହୁ, ଶ୍ରୀକାନ୍ତ ପାଣ୍ଡେ, ଅସୀମ ପଟେଲ, ଦେବାଶିଷ ବେହେରାଙ୍କ ସମେତ ଅବସରପ୍ରାପ୍ତ ଜ଼ିଲ୍ଲା କ୍ରୀଡା ଅଧିକାରୀ ଉପେନ୍ଦ୍ର ନାରାୟଣ ଶତପଥି, ସହକାରୀ ବନ ସଂରକ୍ଷକ ଗୋକୁଳ ଚନ୍ଦ୍ର ପାଇକ ପ୍ରମୁଖ ଇଶାନ୍ ଙ୍କ କୃତିତ୍ୱ ପାଇଁ ଆଜି ସମଗ୍ର ରାଜ୍ୟ ଗର୍ବିତ ବୋଲି ପ୍ରକାଶ କରିଥିଲେ I ଵକ୍ତାଗଣ ଇଶାନ୍ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜ଼ିଲ୍ଲା ଓବିସି ମଞ୍ଚ ପ୍ରକାଶ କରିଛି I ଏହି ଅବସରରେ ଇଶାନ୍ ଙ୍କ ପିତା ଜିତେନ୍ଦ୍ର କୁମାର ପ୍ରଧାନ ମାତା ସଂଗୀତା ପ୍ରଧାନ ଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ I