-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଅପରାଧ

କଣ୍ଟାବାଞ୍ଜି - ଚୋରି,ଡକାୟତି ରାହଜାନୀ ଚଳାଇ ଆସୁଥିବା ମୁଖ୍ୟ ମାଷ୍ଟର ମାଇଣ୍ଡ ଗିରଫ,୨୮ ଗୋଟି ବାଇକ ଉଦ୍ଧାର।

07-Nov-2020



କଣ୍ଟାବାଞ୍ଜି, (ପ୍ରେରଣା ଖବର) - ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ପୋଲିସ ଦ୍ୱାରା ଶୁକ୍ରବାର ଅପରାହ୍ନରେ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ  ଅନୁଷ୍ଠିତ ହୋଇଥିବା ବେଳେ ଏହି ଖବରଦାତା ସମ୍ମିଳନୀରେ କଣ୍ଟାବାଞ୍ଜି ପୋଲିସ ଦ୍ୱାରା ୨୮ଟି ଚୋରି ହୋଇଥିବା ମୋଟର ସାଇକଲ ଉଦ୍ଧାର କରାଯିବା ସହ ଏଥିରେ ସଂପୃକ୍ତ ଥିବା ଚୋର ଓ କ୍ରୟ କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।
ପ୍ରେସ୍‌ ମିଟ୍‌ରେ ଦେଇଥିବା ସୂଚନା ଅନୁସାରେ ଗତ ତା. ୨୩.୧୦.୨୦୨୦ ଦିନ କଂଟାବାଂଜି ସାପ୍ତାହିକ ବଜାର ଗୁଡିଘାଟ ରୋଡରେ ଜୟପ୍ରତାପ ନାୟକଙ୍କ ମୋଟର ସାଇକଲ ନଂ. ଓଡି୦୩ଏ-୧୫୩୮ ଚୋରି ହୋଇଥିବା ଘଟଣା କଂଟାବାଂଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଚୋରି ଘଟଣା ସହ କଣ୍ଟାବାଞ୍ଜି ଅଂଚଳରେ ଦିନକୁ ଦିନ ମୋଟର ସାଇକଲ ଚୋରି, ପାନ ଗୁଟକା, ସଟ୍ଟା ସହ ଅନୈତିକ କାର୍ଯ୍ୟ ହେଉଥିବା ବିଷୟରେ ମଧ୍ୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କରିବା ନେଇ ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ସଂଦୀପ ସଂପଦ ମାଡକର ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରିଥିଲେ । ଏହି ପୋଲିସ ଟିମ ଚୋରି, ରାହାଜାନୀକୁ ରୋକିବା ପାଇଁ ଅନବରତ କାର୍ଯ୍ୟ କରିଆସିବା ମଧ୍ୟରେ ମୋଟର ସାଇକଲ ଚୋରି କରୁଥିବା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମୁକେଶ ବର୍ଗେ ଓ ବେଲପଡା ଥାନାର ଖଲ୍‌ଖଲି ଗାଁରେ ରହୁ ଥିବା ମୁକେଶ ବର୍ଗେର ଶଳା ସତ୍ୟନାରାୟଣ ମାଝିକୁ ଗିରଫ କରିବା ପରେ ସମସ୍ତ ଚୋରି ଘଟଣା ପର୍ଦ୍ଦାଫାସ ହୋଇଛି । ବଲାଙ୍ଗିର ପୋଲିସ ଅଧିକ୍ଷକ ଶ୍ରୀ ମାଡକରଙ୍କ ନିର୍ଦ୍ଧେଶ କ୍ରମେ କଂଟାବାଂଜିର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢଉ ମଧ୍ୟରେ ମୁକେଶ ବର୍ଗେ, ତାର ଶଳା ସତ୍ୟନାରାୟଣ ମାଝି ସହ ଅନ୍ୟ ଚାରିଜଣ ବେଲପଡା ଥାନା ଖଲ୍‌ଖଲି ଗାଁର ପୀତବାସ ବାଗ, ରମେଶ ମାଝି, ଧୁମାଭଟାର ତ୍ରିଲୋଚନ ରାଉତ ଓ କଂଟାବାଂଜି ଥାନା କଂଟାବାଂଜି ସତନାମିପଡାର ତ୍ରିଲୋଚନ ରାଉତ ଠାରୁ ମୋଟ ୨୮ଟି ମୋଟର ସାଇକଲ ଜବତ କରିଛି । ଚୋରୀ ହୋଇଥିବା ମୋଟ ୨୮ ଗୋଟି ମୋଟର ସାଇକଲରୁ ୧୪ଗୋଟି କଂଟାବାଂଜି ଥାନା ଓ ଅନ୍ୟ ୧୪ଗୋଟି କେସ୍‌ ବେଲପଡା ଥାନା ଓ ଅନ୍ୟାନ୍ୟ ଥାନାରେ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ କଂଟାବାଂଜି ଥାନା କେସ ନଂ. ୨୪୨ /୨୦୨୦ ଦ‘ା ୩୭୯ ଆଇ.ପି.ସି.ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହି ସ୍ୱତନ୍ତ୍ର ପୋଲିସ ଟିମରେ କଂଟାବାଂଜି ପୋଲିସ ଉପଖଣ୍ଡ ଅଧିକାରୀ ସରୋଜ କୁମାର ମହାପାତ୍ର ସହ କଂଟାବାଂଜି ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ସବ୍‌ ଇନ୍ସପେକ୍ଟର ହୀରା ଖାଲଖୋ, ସବ୍‌ ଇନ୍ସପେକ୍ଟର ଗଙ୍ଗାଧର ମଲ୍ଲିକ, ଏ.ଏସ.ଆଇ. ପି.ଏନ.ଖୁଆସ, ଏ.ଏସ.ଆଇ. ବି.ପି. ସାଏ, ଟାଉନ ହାବିଲଦାର ସୁନିଲ ଦାସ, କନେଷ୍ଟେବଲ ବି.ସାହୁ, ହୋମଗାର୍ଡ ଜିତେନ୍ଦ୍ର ଖୁରା ସହ ଅନ୍ୟ କର୍ମଚାରୀ ସାମିଲ ଥିଲେ । କଂଟାବାଂଜି ସହରରେ ଦିନକୁ ଦିନ ମୋଟର ସାଇକଲ ଚୋରି, ରାହାଜାନି ବୃଦ୍ଧିରେ ପୋଲିସର ସକ୍ରିୟ ପଦକ୍ଷେପ ସହ ଚତୁର୍ଥ ପର୍ଯ୍ୟାୟ ଧରପଗଡରେ ଏକା ସାଙ୍ଗରେ ୨୮ଟି ଚୋରି ମୋଟର ସାଇକଲ ଉଦ୍ଧାର ହୋଇଥିବାରୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି । ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଟାବାଂଜି ଆଇ.ଆଇ.ସି. ଶ୍ରୀ କନ୍ଦନକେଲ, ତୁରେକେଲା ଥାନା ଆଇ.ଆଇ.ସି. କମଳ ଲୋଚନ ବେହେରା, ବଙ୍ଗୋମୁଣ୍ଡା ଥାନା ଆଇ.ଆଇ.ସି. ପଂଚାନନ ନାୟକ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like