-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ସାଲେପୁର, (ଦୀପକ କୁମାର ଷଡଙ୍ଗୀ) କଟକ ଜିଲ୍ଲା ସାଲେପୁର ଅଂଚଳରେ ଘଟିଛି ଅଭାବନୀୟ ଘଟଣା l ସାଲେପୁର କଲେଜ ରୋଡ ସ୍ଥିତ ଏକ ଭଡ଼ାଘରେ ରହୁଥିବା ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କାର୍ଯ୍ୟରତ ଜନୈକା ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି l
କନିଷ୍ଠ କୀରାଣୀ ଭାବେ କାର୍ଯ୍ୟ କରୁଥିବା ଜୟଶ୍ରୀ ବିଶ୍ୱାଳ ନାମ୍ନୀ ଏହି ମହିଳା ଜଣକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି l ବେକରେ ପିନ୍ଧା ଶାଢ଼ୀ ବାନ୍ଧି ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଛି l ମହିଳା ଜଣକ ନିଜ ଭଡ଼ାଘରେ କାହିଁକି ଆତ୍ମହତ୍ୟା କଲେ କିଂବା ତାଙ୍କ ମୃତ୍ୟୁ ପଛର ରହସ୍ୟ କଣ ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରଂଭ ହୋଇଛି l
ମହିଳାଙ୍କ ସ୍ୱାମୀ ସୁଦାମ ବେହେରାଙ୍କ ଏତଲାକୁ ଭିତ୍ତିକରି ପୋଲିସ ଏହି ମୃତ୍ୟୁ ମାମଲାର ଖିଅ ଖୋଜୁଛି l