-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଅପରାଧ

ପାଟଣାଗଡ଼ ପୁଲିସ କୁ ବଡ ସଫଳତା ବାରମ୍ବାର ଦୀର୍ଘଦିନ ରୁ ଲୁଟ,ତରାଜ କରିଆସୁଥିବା ଅଭିଯୁକ୍ତ ପୋଲିସ କାବୁରେ।

06-Nov-2020



ପାଟନାଗଡ଼,  ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଅଂଚଳରେ ଲୁଟ ତରାଜ ମଚାଇଥିବା ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଗତ ୧୫.୧୦.୨୦୨୦ରେ ପାଟଣାଗଡ ମେହେରପଡାର ଅନିଲ ମେହେର ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ୨ଜଣ ଦୁର୍ବୃତ୍‌ତ୍ତ ଆସି ଖେଲଣା ବନ୍ଧୁକ ଦେଖାଇ ପଇସା ମାଗି ଧମକାଇଥିଲେ । ଏନେଇ ପାଟଣାଗଡ ଥାନା କେଶ ନଂ ୨୦୬, ଦଫା ୨୯୪, ୫୦୬, ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା । ପରେ ଗତ ୨୩.୧୦.୨୦୨୦ ତାରିଖ ଦିନ ବଥର୍ଲା ଛକ ଠାରେ ସାଢେ ତିନି ଲକ୍ଷ ଟଙ୍କା ଲୁଟ ହୋଇଥିବା ଏକ ମାମଲା ପାଟଣାଗଡ ଥାନାରେ ଥାନା କେଶ ନଂ ୨୨୧ ଦଫା ୩୯୫ଆଇପିସିରେ ରୁଜୁ ହୋଇଥିଲା । ପୁଣି ସେହି ଦିନ ସନ୍ଧ୍ୟାରେ ପାଟଣାଗଡ ଦଶମତୀ ମନ୍ଦିର ନିକଟରେ ଅନିଲ ମେହେରଙ୍କୁ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରି ତାଙ୍କ ବୁଲେଟ ଛଡାଇ ନେଇଥିଲେ । ଏନେଇ ଏକ ମାମଲା ପୁଣି ପାଟଣାଗଡ ଥାନାରେ କେଶ ନଂ ୨୨୩ ଦଫା ୩୭୯, ୩୦୭ ଆଇପିସି ଅନୁଯାୟୀ ରୁଜୁ କରିଥିଲେ । ସେହିଭଳି ଗତ ୨୯.୧୦.୨୦୨୦ ଦିନ ବନ୍‌କାବିଅର ଗ୍ରାମର ଗୁଣନିଧି ବରିହାଙ୍କୁ କିଛି ଦୁର୍ବୃତ ତାଙ୍କ ଘରୁ ଉଠାଇ ନେଇ ମାଡ ମାରିଥିଲେ ଏବଂ ୧୦,୫୦୦ ଟଙ୍କା ଓ ଗୋଟିଏ ମୋବାଇଲ ଛଡାଇ ନେଇଥିଲେ । ଏନେଇ ପାଟଣାଗଡ ଥାନା କେଶ ନଂ ୨୩୫, ୩୯୫ ଆଇପିସି ରେ ଏକ ମାମଲା ରୁଜୁ ହୋଇଥିଲା । ଏସବୁ ମାମଲା ଗୁଡିକରେ ଗୋଟିଏ ଗ୍ୟାଙ୍ଗ କାମ କରିଥିବା ପାଟଣାଗଡ ଥାନାଧିକାରୀ କେ.ପ୍ରିୟଙ୍କା ରାଉତରାୟ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡର ବିଭିନ୍ନ ଜାଗାରେ ଚଢାଉ କରିଥିଲେ । ପାଟଣାଗଡ ରାମପୁରର ଆବାଜ ମେହେର, ଅଏଁଲାତୁଙ୍ଗାର ପିତବାସ ସାହୁ, ବାଂଜିଝାଲର ରଂଜନ ବଗର୍ତି ଏବଂ ଗୁଣପୁର ରେଙ୍ଗାଲପଦର ଗାଁର ତପନ କୁମାର ଦାମୋଦରଙ୍କୁ ଧରିବାରେ ସଫଳ ହୋଇଥିଲେ । ସେମାନଙ୍କ କହିବାନୁଯାୟୀ ୧୫.୧୦.୨୦୨୦ ଦିନ ଆବାଜ ଏବଂ ପିତବାସ ଏକ ନକଲି ବନ୍ଧୁକ ନେଇ ମେହେରପଡାର ଅନିଲ ମେହେରଙ୍କ ଘରକୁ ଯାଇ ପଇସା ମାଗି ଧମକ ଚମକ ଦେଇଥିଲେ । ପଇସା ନଦେଲେ ଅନିଲଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ପରେ ୨୩.୧୦.୨୦୨୦ ଦିନ ଅପରାହ୍ନ ୩ ଘଂଟା ସମୟରେ ଧଣ୍ଡାମୁଣ୍ଡାର ୨ଜଣ କିଓସ୍କ ବ୍ୟାଙ୍କ କର୍ମଚାରୀ ପାଟଣାଗଡ 

ଷ୍ଟେଟବ୍ୟାଙ୍କରୁ ସାଢେ ତିନି ଲକ୍ଷ ଟଙ୍କା ନେଇ ଧଣ୍ଡାମୁଣ୍ଡା ଯାଉଥିବା ସମୟରେ ବଥର୍ଲା ଛକ ନିକଟରେ ପୂର୍ବ ଯୋଜନା ମୂତାବକ ଏହି ଗ୍ୟାଙ୍ଗର ସଦସ୍ୟ ମାନେ ତାଙ୍କୁ ଠେଙ୍ଗା ସାହାଯ୍ୟରେ ବାଡେଇ ଟଙ୍କା ଲୁଟିନେଇ ପଳେଇଥିଲେ । ପୁଣି ସେହିଦିନ ସନ୍ଧ୍ୟାରେ ଦଶମତୀ ମନ୍ଦିର ସାମନାରେ ଉକ୍ତ ଗ୍ୟାଙ୍ଗର ଆବାଜ ମେହେର ଏବଂ ପିତବାସ, ଅନିଲ ମେହେରଙ୍କୁ ଏକ ଲୁହା ପାଇପରେ ମାଡ ମାରିଥିଲେ ଏବଂ ତାଙ୍କଠୁ ବୁଲେଟ ଛଡାଇ ନେଇ ପଳାଇଥିଲେ । ପୁଣି ୨୯.୧୦.୨୦୨୦ ଦିନ ପୂର୍ବ ଶତୃତାକୁ ନେଇ ଉକ୍ତ ଗ୍ୟାଙ୍ଗ ବନକବିଅର ଗ୍ରାମର ଗୁଣନିଧି ବରିହାଙ୍କୁ ରାତ୍ର ସମୟରେ ଏକ ବୋଲେରୋ ଗାଡିରେ ଘରୁ ଉଠାଇ ନେଇ ତାଙ୍କୁ ମାଡ ମାରିବା ସହ ୧୦୫୦୦ ଟଙ୍କା ଓ ଏକ ମୋବାଇଲ ଲୁଟି ନେଇଥିଲେ । ଏହି ୪ଟି ଯାକ କେଶରେ ଆବାଜ ମେହେର, ପିତବାସ ସାହୁ, ରଂଜନ ବଗର୍ତୀ ଏବଂ ତପନ କୁମାର ଦାମୋଦରଙ୍କୁ ପାଟଣାଗଡ ପୋଲିସ ଆଜି କୋର୍ଟ ଚାଲାଣ କରିଥିବା ବେଳେ ଏହି ଗ୍ୟାଙ୍ଗର ଅନ୍ୟ ୩ ରୁ ୪ ଜଣ ସଦଶ୍ୟ ଫେରାର ଥିବା ପାଟଣାଗଡ ଆଇଆଇସି ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି । ସେମାନଙ୍କ ଠାରୁ ଏକ ବୋଲେରୋ ଓଡି.୦୩.ଏଲ.୮୩୦୬, ବୁଲେଟ ଓଡି.୦୩.ଜି. ୦୦୦୩, ଗୋଟିଏ ନକଲି ବନ୍ଧୁକ, ଗୋଟିଏ ଲୁହା ପାଇପ, ଗୋଟିଏ ବାଉଁଶ ଠେଙ୍ଗା ଏବଂ ଗୋଟିଏ ମୋବାଇଲ ପୋଲିସ ଜବତ କରିଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like