-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ରାଉରକେଲା, (ପ୍ରେରଣା ଖବର) - ଶ୍ରମିକ ଜାମିନିକାନ୍ତ ନାୟକଙ୍କ ନାମରେ ଜିଏସଟି ଠକେଇ ଘଟଣା। ରାଇରଙ୍ଗପୁର ଠାରେ ଜେକେ ଟ୍ରେଡିଂ ନାମରେ ଏକ ଜାଲି କମ୍ପାନୀ ଖୋଲାଯାଇଥିବା ଅଭିଯୋଗ। ଅଜାଣତରେ ଅର୍ବାନ ବ୍ୟାଙ୍କ ଏକାଉଣ୍ଟ୍ ଜରିଆରେ ୨୮କୋଟିରୁ ଅଧିକ କାରବାର ହୋଇଥିଵା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଅର୍ବାନ ବ୍ୟାଙ୍କ ପକ୍ଷରୁ ଚାଲିଥିବା ତଦନ୍ତ ଶେଷ। ତଦନ୍ତ ରିପୋର୍ଟ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଗଲା। ଅର୍ବାନ ବ୍ୟାଙ୍କରେ ଏକାଉଣ୍ଟ୍ ଖୋଲାଯାଇ ୨୮କୋଟିରୁ ଅଧିକ କାରବାର ହୋଇଥିଲେ ମଧ୍ୟ ଏସମ୍ପର୍କରେ କିଛି ଜାଣି ନଥିବା ଜାମିନିକିନ୍ତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅର୍ବାନ ବ୍ୟାଙ୍କ ସିଇଓ ଆରକେ ମିଶ୍ର ଙ୍କ ସୁଚନା।