-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା, ପକ୍ଷରୁ ରାଜ୍ୟବ୍ୟାପୀ ୨୫ ଦିନିଆ ଶିକ୍ଷା ଅଭିଯାନ ଯାତ୍ରା। ନଭେମ୍ବର ୧୫ ରୁ ଆରମ୍ଭ ହେଉଥିବା ଏହି ଅଭିଯାନ ଅନ୍ତର୍ଗତ ଦୁଇଟି ସଚେତନତା ରଥ ମାଲକାନଗିରି ଏବଂ ସୁନ୍ଦରଗଡରୁ ବାହାରି ପ୍ରାୟ ୨୦ ଦିନ ରାଜ୍ୟର ୨୫ ଟି ଜିଲ୍ଲା ରେ ପ୍ରାୟ ୨୧୦୦ କିଲୋମିଟର ପରିଭ୍ରମଣ କଲାପରେ ଶେଷରେ ଭୁବନେଶ୍ବରରେ ପହଞ୍ଚିବ ଏବଂ ଡିସେମ୍ବର ୧୦ ତାରିଖରେ ଏହି ଯାତ୍ରା ଉଦଯାପିତ ହେବ ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ନାଗରିକ ବିକାଶ ସଂଗଠନ ପକ୍ଷରୁ ଏହି ଯାତ୍ରା ୭୩ ଗୋଟି ଗ୍ରାମରେ ପହଞ୍ଚି ଶିକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇବ ।
ଏହି ଶିକ୍ଷା ଯାତ୍ରା ର ଉଦ୍ଦେଶ୍ୟ ହେଉଛି ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ପିଲା ମାନଙ୍କର ଶିକ୍ଷଣ ଓ ମାନସିକ ସ୍ଥିତି ସମ୍ପର୍କରେ ଅବଗତ ହେବା , ବିଦ୍ୟାଳୟ ଭିତ୍ତିଭୂମିର ସ୍ଥିତି ଏବଂ ଆବଶ୍ୟକତା ଉପରେ ଅଧ୍ୟୟନ କରିବା, ଶିକ୍ଷାର ମହତ୍ଵ ବିଷୟରେ ସଚେତନତା କରିବା ଏବଂ ବିଶେଷ କରି ପିଲାମାନେ ବିଦ୍ୟାଳୟ ଖୋଲିଲା ପରେ କେମିତି ପୁନଃ ବିଦ୍ୟାଳୟକୁ ଆସିବେ ଏବଂ ପାଠପଢା ଜାରି ରଖିବେ ସେ ଦିଗରେ ଅଭିଭାବକ ଏବଂ ଗ୍ରାମବାସୀ ମାନଙ୍କୁ ସଚେତନ କରାଇବା । ଏତଦ୍ ବ୍ୟତୀତ ପିଲାମାନଙ୍କର ମାନସିକ ସ୍ଥିତି, ଶିକ୍ଷକମାନଙ୍କର ଆହ୍ବାନ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ/ସଦସ୍ୟାମାନଙ୍କ ପ୍ରତି ଥିବା ଆହ୍ଵାନ ଉପରେ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରି ଏ ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବା ହେଉଛି ଏହି ଶିକ୍ଷା ଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ । ଆଜି ଏହି ଗୁଞ୍ଜାରଣ ରଥ ନବ ରଙ୍ଗ ପୁର ଜିଲ୍ଲା ଠାରୁ ବାହାରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମ ପାଣି ଓ କାଉ ଡୋଳା ଠାରେ ପହଞ୍ଚି ଯାଇଛି ।
ଆମ ପାଣି ବୁଡ଼ା ରଜା ମନ୍ଦିର ପାଖରେ କଳାହାଣ୍ଡି ଜିଲ୍ଲା ପ୍ରତେକ୍ ବ୍ଲକ ରୁ ଆସିଥିବା ନାଗରିକ ବିକାଶ ସଂଗଠନ ତରଫରୁ ଗୁଞ୍ଜ ରଣ ରଥକୁ ବଡ଼ ଆନନ୍ଦ ର ସହିତସ୍ଵାଗତ କରାଯାଇ ଥିଲା l