-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
କର୍ଲାମୁଣ୍ଡା (ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ସୋମବାର କଳାହାଣ୍ଡି ଫାର୍ମାସିଷ୍ଟ ସେବା ସଂଘ ଆନୁକୂଲ୍ୟ ରେ ୬୦ ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ
ଡ଼ା. ପ୍ରତାପ କୁମାର ବେହେରା,ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ତଥା ପୂର୍ବତନ ସଭାପତି ଶ୍ରୀ ନବରଥି ବେହେରା , ସମ୍ମାନୀୟ ଅତଥି ଭାବେ ରାଜ୍ୟ ଫାର୍ମାସିଷ୍ଟ ସଂଘ ର ସଭାପତି ଶ୍ରୀ ନବୀନ କୁମାର ମହାପାତ୍ର ଓ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗଦେଇ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଥିଲେ ।ଏହି ସଭାରେ ଅବସର ପ୍ରାପ୍ତ ବରିଷ୍ଠ ଫାର୍ମାସିଷ୍ଟ ,ଏମ ଏଚ ୟୁ, ତଥା ସେବାରତ ଜିଲ୍ଲା ର ଫାର୍ମାସିଷ୍ଟ ଗଣ ଉପସ୍ଥିତ ଥିଲେ ।
ନଭେମ୍ବର ୩ୟ ସପ୍ତାହ ର ଜନସାଧାରଣ,ଅନ୍ୟ ସ୍ବାସ୍ଥ୍ୟକର୍ମୀ ତଥା କର୍ତ୍ତୃପକ୍ଷ ମାନଙ୍କୁ ଫାର୍ମାସିଷ୍ଟ ମାନଙ୍କ ବୃତ୍ତି ଓ କାର୍ଯ୍ୟ ଦକ୍ଷତା କୁ ସମାଜ ଆଗ ରେ ପରିଚିତ କରାଇବା ପାଇଁ ସପ୍ତାହ ବ୍ୟାପି ଦେଶ ସାରା ଏହି ସମାରୋହ ପାଳନ କରାଯାଉଛି ବୋଲି ସଂଘ ସମ୍ପାଦକ ସୂଚନା ଦେଇଛନ୍ତି । ସମାରୋହ ରେ ସଦ୍ୟ ଭାବେ ଯୋଗ ଦେଇଥିବା ନୂତନ ଫାର୍ମସିଷ୍ଟ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମାରୋହ କୁ ସଂଘ ସମ୍ପାଦକ ପି. ଭବାନୀ ଶଙ୍କର ପାତ୍ର ସଞ୍ଚାଳନ କରିବା ସହ ସଭାପତି ଶ୍ରୀ ରାଜେଶ୍ୱର ପାତ୍ର ପୌରହିତ କରିଥିଲେ।