-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ସୋନପୁର (ମନୋରଞ୍ଜନ ତ୍ରିପାଠୀ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ। ଏହି ରଥ ଆଗାମୀ ଆଠ ଦିନ ଯାଏଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ବୁଲି ଲୋକଙ୍କୁ ପୁରୁଷ ବନ୍ଧ୍ୟାକରଣ ଉପରେ ସଚେତନ କରାଇବ। ଏଠାରେ ସୂଚନା ଯୋଗ୍ୟ ଯେ ନଭେମ୍ଵର ୨୧ ତାରିଖରୁ ୨୭ ତାରିଖ ଯାଏଁ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ନଭେମ୍ଵର ୨୮ତାରିଖରୁ ଡିସେମ୍ଵର ୪ ତାରିଖ ଯାଏଁ ସେବା ପ୍ରଦାନ ସପ୍ତାହ ପାଳନ କରାଯାଉଛି। ସଚେତନତା ସପ୍ତାହରେ ବ୍ଲକସ୍ତରୀୟ ସ୍ଵାସ୍ଥ୍ୟ କର୍ମୀମାନଙ୍କୁ ପ୍ରଶିକ୍ଷଣ, ସେକ୍ଟରସ୍ତର ରେ ଆଶାମାନଙ୍କୁ ପ୍ରଶିକ୍ଷଣ, ବେନର୍, ପୋଷ୍ଟର ପ୍ରଦର୍ଶନ, ଲିଫଲେଟ୍ ବଣ୍ଟନ, ସ୍ଵାସ୍ଥ୍ୟକାନ୍ଥରେ ବାର୍ତ୍ତା ଲିଖନ, ଘରକୁ ଘର ବୁଲି ବ୍ୟକ୍ତିଗତ ଯୋଗାଯୋଗ ଆଦି ବ୍ୟାପକ ସଚେତନାମୂଳକ ପଦକ୍ଷେପ ନିଆ ଯିବାର ଯୋଜନା ରହିଛି। ସେବା ପ୍ରଦାନ ସପ୍ତାହରେ ଉପଯୁକ୍ତ ହିତାଧିକାରୀଙ୍କୁ ପୁରୁଷ ପରିବାର ନିୟୋଜନ ସେବା ପ୍ରଦାନ କରିବାର ଯୋଜନା କରାଯାଇଛି । ଏହି ଅବସରରେ ସଚେତନତା ରଥ ଲୋକଙ୍କୁ ପରିବାର ନିୟୋଜନ ସମ୍ଵନ୍ଧୀୟ ସୂଚନା ଦେବାରେ ବିଶେଷ ସହାୟକ ହେବ ବୋଲି ବିଚାର କରାଯାଉଛି। କାର୍ଯ୍ୟକ୍ରମଟିକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ବ୍ଲକ ଆକାଉଣ୍ଟ ମେନେଜର ସୁଜିତ କୁମାର ସାହୁ, ସ୍ଵାସ୍ଥ୍ୟକର୍ମୀ ଅମିତ ପ୍ରଧାନ,ଦେବାଶିଷ ନାୟକ ପ୍ରମୂଖ ଉପସ୍ଥିତ ଥିଲେ।