-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ଢେଙ୍କାନାଳ (ତାପସ ଦାସ) ଇତି ମଧ୍ୟରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ମହିଳା ଶାଖା ପକ୍ଷରୁ ମହାରାଣୀ ସୁକଦେଇ ଏବଂ ରାଣୀ ଲକ୍ଷ୍ମିବାଇଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସଭାପତି ପ୍ରଭାତି ମହାପାତ୍ରଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୁଷ୍ପମାଲ୍ୟ ଅର୍ପଣ କରି କହିଲେ ମହାରାଣୀ ସୁକଦେଇ ଭାରତବର୍ଷର ଏକମାତ୍ର ମହାରାଣୀ ଯିଏ କେବେବି ଯୁଦ୍ଧ ହାରିନାହାନ୍ତି । ସେହିପରି
ମୁଖ୍ୟ ଅତିଥି ତଥା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ହୈମବତି ମିଶ୍ର ରାଣୀ ଲକ୍ଷ୍ମିବାଇଙ୍କ ଉପରେ ବକ୍ତବ୍ୟରେ କହିଲେ ଯେ ସାଙ୍ଗରେ ଛୋଟ ଛୁଆ ଧରି ଶତ୍ରୁ ସଙ୍ଗେ ଯୁଦ୍ଧ କରିବା ଘଟଣା ଇତିହାସରେ ବିରଳ ଅଟେ । ଶେଷରେ ମହିଳା ଶାଖାର ଉପସଭାପତି ବନଜା ମାନସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ନଗର ଶାଖାର ସମ୍ପାଦିକା ଶିଳ୍ପିଶ୍ରୀ ହରିଚନ୍ଦନ,ସବେଦା ବେଗମ୍, ସସ୍ମିତା ମହାପାତ୍ର, ଦୟାନିଧି ବେହେରା, ମନ୍ମଥ ରାଓ , ଅଶୋକ ସ୍ୱାଇଁ ,ଯୁଗଳ କିଶୋର ପ୍ରଧାନ ,ବ୍ରଜକିଶୋର ସାହୁ, ରଂଜିତ ପାଣିଗ୍ରାହୀ ,ଉଦୟନାଥ ବେହେରା, ଦଣ୍ଡପାଣି ଦାସ , ଗୋକୁଳାନନ୍ଦ ମାଝୀ ଆଦି ଉପସ୍ଥିତ ଥିଲେ ।