-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଥିବା ତହସିଲ ଅଫିସରେ ତହସିଲଦାର ନଥିବା ଯୋଗୁଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁସାରେ ବିଗତ ଦିନରେ ଅଶୋକ କୁମାର ମାଝୀ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ଏବଂ ସେ ବଦଳି ଗଲା ପରେ ନୂତନ ତହସିଲଦାର ଯୋଗ ଦେଉ ନାହାନ୍ତି ।ଦୂରଦୂରାନ୍ତରୁ ଲୋକେ ତହସିଲ କାର୍ଯ୍ଯ ପାଇଁ ଆସି ଫେରି ଯାଉଛନ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।ଯାଫଳରେ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।ମିଳିଥିବା ସୂଚନା ଅନୁଯାୟୀ ତହସିଲଦାର ଅଶୋକ କୁମାର ମାଝୀ ଭୂ ମାଫିଆଙ୍କ ସହ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଯୋଗୁଁ ତାଙ୍କୁ ଅନ୍ୟତ୍ର ବଦଲି କରାଯାଇଥିଲା।ଅଞ୍ଚଳରେ ବେଆଇନ ଭାବେ ଇଟା ତିଆରି ହେଉଥିବା ବେଳେ ଯେଉଁ ଭଲି ଭାବେ ବିନା ରୋଏଲ୍ଟିରେ ମାଟି ନେଇ ଇଟା ତିଆରି ହେଉଥିଲା। ସେଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ କରିଥିଲା ଯେ ତାହା ତହସିଲଦାରଙ୍କ ଆଶିର୍ବାଦ ରେ ହେଉଥିଲା। କିନ୍ତୁ
ବର୍ତ୍ତମାନ ସମୀର ବେହେରା ବୋଲି ପିପିଲିର ତହସିଲଦାର କଣ୍ଟାବାଞ୍ଜିକୁ ବଦଳି ହୋଇ ଆସିଥିବା ବେଳେ ସେ କାର୍ଯ୍ୟ ରେ ଯୋଗ ଦେଉନାହାନ୍ତି। ଅଶୋକ କୁମାର ମାଝୀଙ୍କୁ ଯାଜପୁର ବଦଲି ହୋଇଥିବା ଜଣାପଡିଛି I