-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2021
ଟିଟିଲାଗଡ଼ (ସନ୍ତୋଷ କୁମାର ନାଏକ) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଡିଏଭି ମହାବିଦ୍ୟାଳୟ ନିକଟରେ ନିଜକୁ ବେଙ୍ଗାଲୁର ରୁ ଆସିଥିବା ପରିଚୟ ଦେଉଥିବା ଜଣେ ବ୍ୟକ୍ତି ଅସହାୟ ଅବସ୍ଥାରେ ଥିବା ନେଇ ପୋଲିସ କୁ ସୂଚନା ଦେବା ପରେ ତାଙ୍କୁ ସେଠୁ ଉଦ୍ଧାର କରି ଟିଟିଲାଗଡ଼ ଥାନା କୁ ନିଆଯାଇଛି । ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି କୌଣସି କାରଣରୁ ଏହି କଲେଜ ନିକଟରେ ପଡିଥିବା ଦେଖି ସ୍ତାନୀୟ ଲୋକେ ପୋଲିସ କୁ ସୂଚନା ଦେଇଥିଲେ । ପୋଲିସ ଥାନା ଏସ ଆଇ ଖେମସିଙ୍ଗ ମାଝୀ ତାହା ଅନ୍ୟ ପୋଲିସ କର୍ମଚାରୀ ଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଥାନା କୁ ନେଇ ଥିବା ସହ ସେ କିଏ ଓ କେଉଁ କାରଣରୁ ସେଠି ପହଞ୍ଚିଛନ୍ତି ସେ ନେଇ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି । ଉକ୍ତ ବ୍ୟକ୍ତି ଠିକ ଭାବେ କଥା କହିପାରୁ ନ ଥିବା ବେଳେ ଦାମୀ ସୁନା ଚେନ,ମୁଦି ସହ ଏକ ବ୍ୟାଗ ତାଙ୍କ ନିକଟରେ ଥିବା ରୁ କିଛି ଦୁର୍ବୃତ୍ତ ତାଙ୍କ ଗହଣା ପତ୍ର ଓ ବ୍ୟାଗ ଲୁଟ ଉଦ୍ୟମ କରୁଥିବା ଜାଣି ପୋଲିସ କୁ ତୁରନ୍ତ ସୂଚନା ଦେଇଥିଲେ ।