-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
21-Nov-2021
ବିଜେପୁର/ପଦ୍ମପୁର:-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜୋଖିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତା:୧୮.୦୨.୨୦୧୪ ରୁ ଶ୍ରୀ ପଞ୍ଚମ ଡନସନା ପଦୋନ୍ନତି ପାଇ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟ ତୁଳାଇ ଆସୁଛନ୍ତି କିନ୍ତୁ ତାଙ୍କ ଠାରୁ ଜୁନିୟର ତିନିଜଣ ଶିକ୍ଷକ ୧୯୯୭ ନଭେମ୍ବର ମାସରୁ ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ଭାବରେ ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବରେ ଅବସ୍ଥାପିତ ହୋଇଥିଲେ l ଏଥିପାଇଁ ସେ ସେହି ମାସରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ l କିଛି ସୁଫଳ ନ ପାଇବାରୁ ଉଚ୍ଚ ନ୍ୟାୟାଳୟ ରେ ଆଶ୍ରୟ ନେଲେ l ଉଚ୍ଚ ନ୍ୟାୟାଳୟ ର ନିର୍ଦ୍ଦେଶ କୁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରିବାକୁ କୋର୍ଟ ଅବମାନନା କେସ ରୁଜୁ କରାଗଲା, ତଥାପି ୨୦୧୬ ମସିହାରେ ସେତେବେଳର ପ୍ରାଥମିକ ଶିକ୍ଷା ନିର୍ଦେଶକ, ଭୁବନେଶ୍ୱର ଏକ ଆଦେଶ ବାହାର କରିଥିଲେ ଯେଉଁଥିରେ ସେ ସ୍ପଷ୍ଟ କଲେ ଯେ ବିଷୟ ଟି ୧୯ ବର୍ଷରୁ ଅଧିକ ହୋଇଥିବାରୁ ସେ ଏହାରି ଉପରେ କୌଣସି ପଦକ୍ଷେପ ନେଇପାରିବେ ନାହିଁ l ଏଥିରୁ ସ୍ପଷ୍ଟ ଅନୁମେୟ ଯେ ବିଷୟଟି ୧୯ ବର୍ଷରୁ ଅଧିକ ହୋଇଥିବା ପାଇଁ ଦାୟୀ କିଏ ?ବିଭାଗୀୟ ଅଧିକାରୀ ନା ସମ୍ପୃକ୍ତ ଶିକ୍ଷକ ?ଏହି ଘଟଣାର ବିଧିବଦ୍ଧ ତଦନ୍ତ କରି ତାର ସୁ- ସମାଧାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ କରିଛନ୍ତି l