-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
21-Nov-2021
ଟିଟiଲାଗଡ, ବିଶ୍ଵ ମଧୁମେହ ଦିବସ ଅବସରରେ ଟିଟିଲାଗଡ ଲାୟନ୍ସ କ୍ଲବ ପକ୍ଷରୁ ଗତ ୧୪ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଟିଟିଲାଗଡ ସହରର ବିଭିନ୍ନ ସ୍ଥାନରେ ନିଶୁଳ୍କ ଡାଇବେଟିସ ବା ସୁଗର ପରୀକ୍ଷଣ ଶିବିର ମାନ ଆୟୋଜିତ କରାଯାଇଥିଲା । ସହର ମଧ୍ୟରେ ଆୟୋଜିତ ବିଭିନ୍ନ ଶିବିରରେ ୪୦୪ ଜଣ ଙ୍କ ଡାଇବେଟିସ ପରୀକ୍ଷା କରାଯାଇଥିବା ବେଳେ ୭୮ ଜଣ ଡାଇବେଟିସ ରୋଗୀ ଙ୍କୁ ଚିହ୍ନଟ କରାଯାଇ ସଚେତନ କରାଯାଇଥିଲା । ଏହି ଶରୀର ରେ କେଉଁ କାରଣରୁ ନିଜକୁ କିଭଳି ସୁରକ୍ଷିତ ରଖିବା ଓ କେଉଁ ସବୁ ଲକ୍ଷଣ ସେ ସବୁ ନେଇ ଏହି କାର୍ଯ୍ୟକ୍ରମ ଜରିଆରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଟିଟିଲାଗଡ ଲାୟନ୍ସକ୍ଲବ ସଭାପତି ଲାୟନ ଦୀପକ କୁମାର ପୃଷ୍ଟି,ସମ୍ପାଦକ ଆଶୀର୍ବାଦ ସ୍ୱରୂପ ମହାପାତ୍ର,ଲାୟନ ସନ୍ତୋଷ ମହାନ୍ତି,ରବୀନ୍ଦ୍ର ପାତ୍ର,ଲିଙ୍ଗରାଜ ସାହୁ,ରାଧାକାନ୍ତ ବେହେରା,ରତ୍ନାକର ସାହୁ, ଖିରସିନ୍ଧୁ ଦର୍ଜୀ, ଡ଼ଃ ନରେନ୍ଦ୍ର ଅଗ୍ରୱାଲ ପ୍ରମୁଖ ଙ୍କ ସହ କ୍ଲବ ର ଅନ୍ୟ ସଦସ୍ୟ ମାନେ ସହୋଜୋଗ କରିଥିଲେ।ତେବେ ସହର ମଧ୍ୟରେ ଲାୟନ୍ସ କ୍ଲବ ର ଏହି ପ୍ରକାର ନିୟମିତ ଉଦ୍ୟମ କୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି।