-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
20-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ପୁଇଁତଳା ବ୍ଳକ ଅଧିନସ୍ଥ ମହିମୁଣ୍ଡା ଡିଗ୍ରୀ କଲେଜ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମହିମୁଣ୍ଡା ପ୍ରାଥମିକ ଚିକିତ୍ସାଳୟର ଚିକିତ୍ସକ ଡକ୍ଟର ବିଭୂତିଭୂଷଣ ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ କଲେଜର ଇତିହାସ ଅଧ୍ୟାପକ ରାଜକୁମାର ସାହୁ, କଲେଜର ଅଧ୍ୟକ୍ଷ ଶିକ୍ଷା ବିଭାଗର ଅଧ୍ୟାପକ ପ୍ରେମରାଜ ଗଡତିୟା ଯୋଗ ଦେଇଥିଲେ l କଲେଜର ଖେଳ ଶିକ୍ଷକ ନିମାଇଁ ଚରଣ ସାହୁ ଅତିଥି ପରିଚୟ ଦେଇଥିଲେ l ଶେଷ ବର୍ଷର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶିକ୍ଷକ ଗଡତିୟା ରେଡକ୍ରସର ବିଷୟରେ ଉଦବୋଧନ ଦେଇଥିଲେ l ଡକ୍ଟର ପ୍ରଧାନ କରୋନା ସଚେତନତା ବିଷୟରେ ଆଲୋଚନା କରିଥିଲେ ଓ ଶେଷରେ ଅଧ୍ୟାପକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଵା ପରେ ଏହି କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା l