-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ଢେଙ୍କାନାଳ(ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ) :ଗନ୍ଦିଆ ବ୍ଲକ୍ କରମୂଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ଗାଧୋଇବା ସମୟରେ ଦୁଇ ନା ବାଳିକା ଝିଅ ଙ୍କ ର ପାଣିରେ ବୁଡି ମତ୍ୟୁ ଘଟିଛି । ମୃତକ ଦୁଇ ନାବାଳିକା ଝିଅ ହେଲେ ବିପିନି ମଲିକ୍ ଙ୍କ ଝିଅ ଅନିତା ମଲିକ୍ (୧୦) ଓ ଅନ୍ତର୍ଯ୍ୟାମୀ ମଲିକ୍ ଙ୍କ ଝିଅ ଅଙ୍କିତା ମାଲିକ୍ । ପରିବାର ଲୋକଙ୍କ କହିବା ଅନୁଯାୟୀ ଦୁଇ ଜଣ ଝିଅ ସେମାନେ ପୋଖୋରୀ ରେ ଗାଧୋଇବା ସମୟରେ ଅସାବଧାନତା ହେତୁ ପାଣିରେ ବୁଡି ଯାଇଥିଲେ । ସେଠାରେ ଉପସ୍ଥିତ ରହି ଗାଧୋଉ ଥିବା ଲୋକମାନେ ଜଣକୁ ଉଦ୍ଧାର କରିବା ସହ ଦମକଳ ବାହିନୀ ସହ ଯୋଗାଯୋଗ କରିଥିଲେ । ପରେ ଦମକଳ ବାହିନୀ ପାଂହଚି ଅନ୍ୟ ଜଣକୁ ଉଦ୍ଧାର କରିଛି । ପ୍ରଥମେ ଉଦ୍ଧାର ହୋଇଥିବା ଝିଅକୁ କରମୂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ନଥିବା ରୁ କମ୍ପାଉଣ୍ଡ ର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ରେଫର କରିଥିଲେ । ତେବେ ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଅନ୍ୟ ଝିଅଟି ର ମଧ୍ୟ ମୃତ୍ୟୁ ଘଟିଥିବା ର ଗ୍ରାମବାସୀଙ୍କ ଠୁ ସୂଚନା ମିଳିଛି ।