-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
17-Nov-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା): ସରକାର ରାସ୍ତା କାମ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନର ନଜର ପଡି ପାରୁ ନାହିଁ କିଛି ଗ୍ରାମ ମାନଙ୍କରେ l
ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ l ଜିଲ୍ଲାର ଧର୍ମଗଡ ବ୍ଲକ ତେଣ୍ଡାପାଲି ଗ୍ରାମ ପଞ୍ଚାୟତ ଲିମପଡ଼ା ଠାରୁ ତେଣ୍ଡାପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତମାନ ଲୋକଙ୍କ ଦୁର୍ଦ୍ଦଶାର କାରଣ
ପଲଟିଛି lକୋକସରା ବ୍ଲକ ରୁ ବେହେରାକୁ ସଂଯୋଗ କରି ଥିବା ମୁଖ୍ୟ ରାସ୍ତା ହୋଇ ଥିବା ଯୋଗୁ ଲୋକେ ବହୁତ ଅସୁବଧାର ସମ୍ମୁଖୀନ ହେଉଛନ୍ତି l ଲୋକେ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କାହିଁ କେଉଁ ପୁରାତନ କାଳ ରୁ ଏହି ରାସ୍ତା ଯେମିତିକି ସେମିତି ଦେଖି ବାକୁ ମିଳିଛି lବେହେରା ଠାରୁ ତେଣ୍ଡାପାଲି ଗ୍ରାମ ପର୍ଯ୍ୟନ୍ତ ପ୍ରଧାମନ୍ତ୍ରୀ ସଡ଼କ ଯୋଜନ କାମ ସଂପୂର୍ଣ୍ଣ ହୋଇ ଥିବା ବେଳେ ତେଣ୍ଡା ପାଲି ଗ୍ରାମ ଠାରୁ ଲୀମ ପଡ଼ା ରାସ୍ତା ଏବେ ବି ଅଧାପନ୍ତରିଆ ହୋଇ ପଡିରହିଥିବା ଦେଖିବାକୁ ମିଳିଛି l ରାସ୍ତା କଦର୍ଯ୍ୟ ହୋଇ ଥିବା ଯୋଗୁ ଅଳ୍ପ ବର୍ଷା ହେଲେ ପିଲାମାନଙ୍କ ସ୍କୁଲ,ଯିବା ଓ ଗର୍ଭବତୀ ମହିଳା ମେଡିକାଲ ନେବାପାଇଁ ଆମ୍ବୁଲେନ୍ସ ଆସି ବାରେ ବହୁତ ଅସୁବିଧା ହୋଇଥାଏ l
ଏଣୁ ଲିମପଡା ଓ ତେଣ୍ଡାପାଲି ଗ୍ରାମବାସୀ ତୁରନ୍ତ ଏହି ରାସ୍ତା କାମ ନିର୍ମାଣ କରିବାକୁ ସରକାରଙ୍କ ଠାରେ ନିବେଦନ କରିଛନ୍ତି l