-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଷ୍ଟାଡିୟମ ଠାରେ ୧୪ ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ଦିବସୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଲୋଇସିଂହା ଏପିଜେ କ୍ଲବ ଓ ବଲାଙ୍ଗୀର ମୌସୁମ ଉଅରିଅର ମଧ୍ୟରେ ଖେଳ ହୋଇଥିଲା l ଲୋଇସିଂହା ଦଳ ବଲାଙ୍ଗୀର ମୌସୁମ ଉଅରିଅରକୁ ୧-୦ ଗୋଳରେ ପରାସ୍ତ କଲା l ପୁରସ୍କାର ବିତରଣ ସମୟରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ପପ୍ରଦାନ କରିଥିଲେ l ଦିଲ୍ଲୀପ କୁମାର ବେହେରା, ବିଭୁତିଭୂଷଣ ସାହାଣୀ, ବିଶ୍ଵନାଥ ଭୁଆଁ, ମୋହିତ ମିଶ୍ର, ଉତ୍ତର କୁମାର ହେର୍ଣ୍ଣା, ବ୍ରଜମୋହନ ବିଶୋଇ, ଟିକୁ ପାଣ୍ଡିଆ, ଅଶୋକ ଭିତରିଆ, ବିଜୟ ରଣା, ଦେବାଶିଷ ବାଗ, ସୁଦୟ ବାରିକ, କରୁଣାକର ପଧାନ, ସନ୍ଦୀପ ତରିଆ, ସୁଧାଂଶୁ ସେଠ୍ ପ୍ରମୁଖ ଖେଳ ପରିଚାଳନାରେ ଗୁରୁତର ସହ ସହଯୋଗ କରିଥିଲେ l