-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
16-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) : ଛତିଶଗଡ଼ ରାଜ୍ୟ କୋବ୍ରାରେ ଗତ ୧୪ ତାରିଖରେ ଆୟୋଜିତ ବିଭିନ୍ନ ବର୍ଗର ସୁନ୍ଦରୀ ପ୍ରତିଯୋଗିତାର ମିସ୍ ଟିନ୍ ବର୍ଗରେ, ଜଣେ ଓଡ଼ିଆ ଝିଅ ବିଜୟୀ ହୋଇ ସମସ୍ତଙ୍କୁ ଗୌରବାନ୍ୱିତ କରି ପାରିଛନ୍ତି । ବରଗଡ ଜିଲ୍ଲା ପଦ୍ମପୁରର ରାଜେଶ ଓ ଜ୍ୟୋତିମଞ୍ଜରୀଙ୍କ ଏକ
ମାତ୍ର ଝିଅ ଆଦ୍ୟସା ମଞ୍ଜରୀ ପଟ୍ଟନାୟକ(୧୩) ନିଜ ଅଞ୍ଚଳ ପାଇଁ ଏହି ଗୌରବ ଆଣି ପାରିଛନ୍ତି । ବିସ୍ତୃତ ବିବରଣୀ ଅନୁଯାୟୀ ଜିଲ ଏଣ୍ଟରଟେଂମେଟ ତରଫରୁ ମିସ୍, ମିସେସ୍, ମିଷ୍ଟର୍ ଓ ମିସ୍ ଟିନ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଥି ପାଇଁ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବିଭିନ୍ନ ଅଡିସନ ନିଆ
ଯାଇଥିଲା, ଶେଷରେ ଗତ ନଭେମ୍ବର୧୪ ତାରିଖ ଦିନ କୋବ୍ରାଠାରେ ଫାଇନାଲ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡ ର ମୁଗ୍ଧା ଗଡ଼ସେ, ପ୍ରଦୀପ ପାଲି, ବିଗବସ ୧୨ ର ପ୍ରତିଯୋଗୀ ସୌରଭ ପଟେଲ ପ୍ରମୁଖ ସେଲିବ୍ରେଟି ଜଜ୍ ଭାବରେ ଉପସ୍ଥିତ ରହି ବିଜେତାମାନଙ୍କୁ କ୍ରାଉନ ପିନ୍ଧାଇଥିଲେ । ଏହି ପ୍ରତିଯୋଗିତାର ମିସ୍
ଟିନ ବର୍ଗରେ ଆଦ୍ୟସା ଅନ୍ୟ ୪୦ ଜଣ ପ୍ରତଯୋଗୀଙ୍କୁ ପଛରେ ପକାଇ ବିଜୟୀ କ୍ରାଉନ ପିନ୍ଧି ନିଜ ପିତାମାତାଙ୍କ ସହ ନିଜ ଅଂଚଳକୁ ମଧ୍ୟ ଗୌରବାନ୍ୱିତ କରି ପାରିଛନ୍ତି ।