-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
16-Nov-2021
ପଦ୍ମପୁର(ନିରଞ୍ଜନ ତ୍ରିପାଠୀ): ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚଳିତ ଜନସାଧାରଣ ସେବାରେ ଉତ୍ସର୍ଗୀକୃତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବରଗଡ଼ ଜିଲ୍ଲା ରାଜବୋରାସମ୍ବର୍ ବ୍ଲକ ଅନ୍ତର୍ଗତ ଜମଲା, ପଲସାପାଲି, ଜ୍ଞାନ,ଟାଲ ଓ ମେଲଛାମୁଣ୍ଡ ଗ୍ରାମ ପଞ୍ଚାୟତରେ
ଭବ୍ୟ ସମ୍ବର୍ଦ୍ଧନା ମଧ୍ୟରେ ହିତାଧିକାରୀ ମାନଙ୍କୁ ବିଜ୍ଞାନ,ପ୍ରଯୁକ୍ତି, ସାମାଜିକ ନିରାପତ୍ତା, ଭିନ୍ନକ୍ଷମ ସଶକ୍ତି କରଣ ମାନ୍ୟବର ମନ୍ତ୍ରୀ ଶ୍ରୀମାନ ଅଶୋକ ପଣ୍ଡା ବଣ୍ଟନ କରିଛନ୍ତି । ଏହି ଅବସରରେ ବିଡ଼ିଓ ଶଙ୍କର୍ଷଣ ବେହେରା, ବିଜୁ ଜନତା ଦଳ ବ୍ଲକ ସଭାପତି ପରମାନନ୍ଦ ସାହା, ବିଧାୟକ ପ୍ରତିନିଧି ପ୍ରଶାନ୍ତ ମହାନ୍ତି, ଯୁବନେତା ଭୋଜରାଜ ସିଂ ବରିହା, ପ୍ରିତମ ମେହେର, ଉକ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଓ ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ।