-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ବଲାଙ୍ଗୀର(ପ୍ରେରଣା ଖବର) - ଚିନ୍ମୟ ମିଶନ ପକ୍ଷରୁ ଗୀତା ଜ୍ଞାନ ଯଜ୍ଞ ସ୍ଥାନୀୟ ଯାଦବ ଭବନ ଠାରେ ଆରମ୍ଭ ହୋଇଛି । ଆଗାମୀ ତା୧୯ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୬ ଘଣ୍ଟାରୁ ୭.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବିଶିଷ୍ଟ ପ୍ରବଚକ ସ୍ୱାମୀ ରାଘବାନନ୍ଦ ସରସ୍ଵତୀ ଗୀତା ଜ୍ଞାନ ଉପରେ ଏହି ୭ ଦିନ ଧରି ପ୍ରବଚନ ଦେବେ । ପବିତ୍ର ଗୀତା ଗଙ୍ଗା ମାତା ଭଳି ପବିତ୍ର । ଗୀତା ଜ୍ଞାନକୁ ପାନ କଲେ ମଣିଷକୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି ସ୍ୱାମୀ
ରାଘବାନନ୍ଦ ଆଜି ଶ୍ରଦ୍ଧାଳୁଙ୍କୁ ପ୍ରବଚନ ମାଧ୍ୟମରେ ପ୍ରକାଶ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଚିନ୍ମୟ ମିଶନର ରବିନ୍ଦ୍ର ପାଣ୍ଡିଆ, କିଶୋର ବେହେରା, ବିରବର ସିଂ,ସନ୍ତେଷ ବ୍ରହ୍ମା, ସମ୍ପାଦକ ବିନୋଦ ବିହାରୀ ଭୋଇ ଓ ଯାଦବ ସମାଜ ସଭାପତି ପଙ୍କଜ ସେଲମା ଓ ପ୍ରଶାନ୍ତ ମହାକୁର ପ୍ରମୁଖ ସହଯୋଗ କରିଥିବା ବେଳେ ରାଜୀବ ଲୋଚନ ବହିବାର ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।