-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ବଲାଙ୍ଗିର(ପ୍ରେରଣା ଖବର) : ଦେଓଗାଁ ବ୍ଲକ ଉପରେଝର ଗ୍ରାମର ଗୌରୀ ବିଶ୍ୱାଳ (୬୮) କିଡନୀ ସମସ୍ୟା ହେତୁ ଗତ ଦୁଇ ଦିନ ହେବ ତାଙ୍କୁ ଭୀମଭୋଇ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରିରରେ ରକ୍ତ ପରିମାଣ ୬.୨%
ଥିବାରୁ ଡକ୍ତର ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ । ଗୌରୀ ବିଶ୍ୱାଳଙ୍କ ପୁତ୍ର ଋତୁରାଜ ବିଶ୍ୱାଳ ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ରକ୍ତ ପାଇଁ ସହାୟତା ମାଗିଥିଲେ । ଖବର ପାଇବା ମାତ୍ରେ ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଦେଓଗାଁ ବ୍ଲକ ର ସକ୍ରିୟ ଯୁବ ସଦସ୍ୟ ଆଶିଷ ବିଶ୍ୱାଳ (୨୬) ରକ୍ତଦାନ କରି ଗୌରୀ ବିଶ୍ୱାଳଙ୍କ ଜୀବନ ବଂଚାଇଥିଲେ । ଯୁବ କୁଲୁତା ସମାଜର ସଦସ୍ୟ ଆଶିଷ ବିଶ୍ୱାଳଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଗୌରୀ ବିଶ୍ୱାଳଙ୍କ ପରିବାର ବର୍ଗ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଅନେକ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ରକ୍ତଦାନ ସମୟରେ ଯୁବ ସଦସ୍ୟ ଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ଥିଲେ ।