-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Nov-2021
ଢେଙ୍କାନାଳ (ତାପସ ଦାସ) ଢେଙ୍କାନାଳ ଜିଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଛାଟିଆ ଗ୍ରାମରେ ବହୁ ପୁରାତନ ରାଧାକୃଷ୍ଣ ମନ୍ଦିର ରତ୍ନମୁଦ ପ୍ରତିଷ୍ଠା ହୋଇଯାଇଛି l ଗ୍ରାମର ଯୁବକ ସମାଜସେବୀ ଏମ ଜେ ମହିମା ଙ୍କ କହିବାଅନୁଯାୟୀ ୧୯୭4 ମସିହାରୁ ରାଧାକୃଷ୍ଣ ଛାଟିଆ ଗ୍ରାମରେ ଥିବା ଭାଗବତ ଗୃହରେ ପୂଜା ପାଇ ଆସୁଥିଲେ l କର୍ତ୍ତା ଭାବେ ମାମି ମଲିକ ଓ ପ୍ରକାଶ ଚନ୍ଦ୍ର ମଲିକ ଏବଂ ମୁଖ୍ୟ ପୁରୋହିତ ସୂର୍ଯ୍ୟକାନ୍ତ କବିଶତପଥୀ, ବିଷ୍ଣୁ ପ୍ରସାଦ କବିଶତପଥୀ ଦାଇତ୍ୱ ନିର୍ବାହ କରିଥିଲେ l ହରିନାମ ଓ କୃଷ୍ଣନାମ ଜପ କରି ସଂକୀର୍ତନ କରିଥିଲେ l ଛାଟିଆ ଗ୍ରାମର ସଭାପତି ପଞ୍ଚାନନ ମହାପାତ୍ର,ଅର୍ଜୁନ ରାଉତ, ଜିତେନ୍ଦ୍ର ବିଶ୍ୱାଳ, ଗୋପୀନାଥ ରାଉତ, ସୁଧୀର ରାଉତ, ସମରେନ୍ଦ୍ର ରାଉତ, ପୂର୍ଣଚନ୍ଦ୍ର ପୁହାଣ, ପ୍ରମୋଦ ବିଶ୍ୱାଳ, ହଟକିଶୋର ସାମଲ, ଅପ୍ରତି ବେହେରା, ଲଳିତ ମୋହନ କବିସତପଥୀ, ସ୍ମୁତି ରଞ୍ଜନ ପୁହାଣ, ଦିଗାମ୍ବର ରାଉତ, ଦିନେଶ ରାଉତ, ଅନିଲ ରାଉତ, କ୍ଷିରୋଦ ରାଉତ, ମୃତ୍ୟୁଞ୍ଜୟ ରାଉତ ବିଶ୍ୱ ଭୂଷଣ ଚମ୍ପତିରାୟ ଓ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l