-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||     

HOME   ଜିଲ୍ଲା

ଚିଟଫଣ୍ଡ ଜମାକାରୀ ଘେରିଲେ ଉପଜିଲ୍ଲାପାଳ କାର୍ଯ୍ୟାଳୟ

11-Nov-2021



ପଦ୍ମପୁର(ନିରଞ୍ଜନ ତ୍ରିପାଠୀ) ::-ଓଡିଶା ରାଜ୍ୟ ରେ ବାରଶହ ରୁ ଉର୍ଦ୍ଧ ଚିଟଫଣ୍ଡ କମ୍ପାନୀ ପ୍ରାୟ ୪୦ ହଜାର ରୁ ଅଧିକ ଜମାକାରୀ ଙ୍କୁ ଠକିବାରେ ରାଜ୍ୟ ସରକାର ଓ ରାଜନୈତିକ ନେତୃବୃନ୍ଦ ସହାୟକ ହୋଇଥିବା ଘଟଣା ଟି ପ୍ରଘଟ ହୋଇଯିବା ପରେ ସରକାର ଙ୍କ ପକ୍ଷରୁ ଚିଟଫଣ୍ଡ କମ୍ପାନୀ ର କାର୍ଯ୍ୟାଳୟ ଗୁଡିକ ଚଢ଼ାଉ କରି ସେମାନଙ୍କ ସମ୍ପତ୍ତି ତଥା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ସହ ଗାଡ଼ି ଗୁଡ଼ିକ ଜବତ କରାଯାଇଥିଲା lଠିକ ସେତିକି ବେଳେ ୨୦୧୪ ନିର୍ବାଚନ ଘନେଈ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ ଯେ,"ମୁଁ ଓ ମୋର ସରକାର ରାଜ୍ୟରେ ଅଗଣିତ ଜମାକାରୀ ଙ୍କ ପାଇଁ ଚିନ୍ତିତ ହେବା ସହ ଏକ ତଦନ୍ତ କମିଶନ ବସାଯିବା ସହ ଜମାକାରୀ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ଆଇନ ମାନ୍ୟବର ରାଷ୍ଟ୍ରପତି

ଙ୍କ ଅନୁମୋଦନ ପାଇଁ ପଠାଗଲା ଓ ଏହା ଅନୁମୋଦିତ ହୋଇ ସ୍ୱତନ୍ତ୍ର ଅଦାଲତ ମାନ ଗଠନ କରାଗଲା lଏହାପରେ ୨୦୧୪ ଆର୍ଥିକ ବର୍ଷ ବଜେଟ ପୂର୍ବରୁ ୩୦୦ କୋଟି ର ଏକ କର୍ପସ୍ ଫଣ୍ଡ ଗଠନ କରାଯାଇ ସେଇ ଅର୍ଥରୁ ଜମାକାରୀ ଙ୍କୁ ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ବଜେଟ ବ୍ୟବସ୍ଥା ମଧ୍ୟ କରାଯାଇଛି lସରକାର ପ୍ରଥମ ପର୍ଯ୍ୟାୟରେ କମିଶନ ଙ୍କ ଜରିଆରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ସତ୍ୟପାଠ ସେ ସମୟରେ ଜମାକାରୀ ଙ୍କ ଠାରୁ ସତ୍ୟପାଠ ଗ୍ରହଣ କଲାପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ରେ ଟର୍ନ ଅଫ୍ ରେଫରେନ୍ସ କୁ ପରିବର୍ତ୍ତନ କରି ୨୦୧୮-୧୯ ମସିହାରେ ୭ ଲକ୍ଷରୁ ଉର୍ଦ୍ଧ୍ଵ ଜମାକାରୀ ଙ୍କ ଠାରୁ ସତ୍ୟପାଠ ଗ୍ରହଣ କରିଥିଲେ lଏଭଳି ଭାବେ ୧୭ଲକ୍ଷରୁ ଉର୍ଦ୍ଧ ସତ୍ୟପାଠ ଗ୍ରହଣ କଲାପରେ କମିଶନ ୭ବର୍ଷରୁ ଉର୍ଦ୍ଧ କାମକଲାପରେ ୪ଲକ୍ଷ ୯୭ହଜାର କ୍ଷୁଦ୍ର ଜମାକାରୀ ଙ୍କୁ ଚିହ୍ନଟ କରି ଟଙ୍କା ଫେରାଇବାପାଇଁ ସରକାରଙ୍କୁ ସୁପାରିଶ କରିଥିଲେ lକିନ୍ତୁ ଅତ୍ୟନ୍ତ ଦୁଃଖ ର ଓ ପରିତାପର ବିଷୟ ଏହି ଯେ,୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କିଛି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରି ଲୋକଙ୍କ ଆସ୍ଥାଭାଜନ ହୋଇ ଅକ୍ଳେଶରେ ନିର୍ବାଚନ ବୈତରଣୀ ପାର ମଧ୍ୟ ହୋଇ ଗଲେ lନିର୍ବାଚନ ରେ ଜିଣିଲା ପରେ ସବୁ ଚୁପ୍, ଟଙ୍କା ଫେରସ୍ତ ର ନାଁ ମଧ୍ୟ ପଡ଼ିଲା ନାହିଁ lବିଧାନସଭା ଭିତରେ ଓ ବାହାରେ ୩୦୦ କୋଟି ଟଙ୍କାରୁ କେତେ ଜମାକାରୀ ଟଙ୍କା ଫେରିପାଇଲେ ତାର ସଠିକ ଉତ୍ତର ନଦେଇ କେବଳ ତଥ୍ୟ ସଂଗ୍ରହ ଚାଲିଛି ବୋଲି ମାନ୍ୟବର ଅର୍ଥମନ୍ତ୍ରୀ ସୂଚନା ପ୍ରଦାନ କରି ଜମାକାରୀ ଅନ୍ଧଗଳି ରେ ଦର୍ପଣ ବିକା ସଦୃଶ ପାଠ ଟି ପଢ଼ାଇ ଦେଲେ lସେପରି ୨୦୧୮-୧୯ ମସିହାରେ ଯେଉଁ ୭ ଲକ୍ଷରୁ ଉର୍ଦ୍ଧ୍ବ ଜମାକାରୀ ଙ୍କ ଠାରୁ ସତ୍ୟପାଠ ଗ୍ରହଣ କରିଥିଲେ ତାହା ଏ ପର୍ଯ୍ୟନ୍ତ ଯାଞ୍ଚ ନକରି ଡିଜିଟାଇଜେସନ ନାମରେ କମିଶନ କାର୍ଯ୍ୟାଳୟ ରେ ଉଈ ଖାଇଗଲାଣି ବୋଧହୁଏ lଏବଂ କମିଶନ କାର୍ଯ୍ୟାଳୟ ବନ୍ଦ କରିଦିଆଯାଇଛି lଚିଟଫଣ୍ଡ କମ୍ପାନୀର  ସବୁ ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି,ଗାଡ଼ି ସବୁ ଯେଉଁ ଜବତ କରାଗଲା ତାର ଆକଳନ ଓ କେତେ ଜମାକାରୀ ଙ୍କୁ ଚିହ୍ନଟ କରି କେତେଟଙ୍କା ଫେରସ୍ତ କରାଗଲା ଏ ସମ୍ପର୍କରେ ମଧ୍ୟ ବିଧାନ ସଭାରେ ତଥ୍ୟ ଉପସ୍ଥାପନ କରାଯାଉନାହିଁ lତେଣୁ ଆଠ ବର୍ଷ ଭିତରେ ସରକାର ଜମାକାରୀ ଙ୍କୁ ଦେଇଥିବା ନିର୍ଭରଯୋଗ୍ୟ ପ୍ରତିଶୃତି ପ୍ରତାରଣା ରେ ପରିଣତ ହୋଇଛି lତେଣୁ ରାଜ୍ୟ ସରକାରଙ୍କ ଏହି ମହାଠକେଇ ବିରୁଦ୍ଧରେ ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚ ଗଣ ଆନ୍ଦୋଳନ ଜରିଆରେ ଲଢିବାକୁ ଆଗାମୀ ନିର୍ବାଚନ ପୂର୍ବରୁ ସରକାର ଙ୍କୁ ଚେତାବନୀ ଦିଆଯାଇଛି lଯଦି ନିରୀହ ଜମାକାରୀ ଙ୍କ ଟଙ୍କା ଫେରସ୍ତ ପାଇଁ କୈାଣସି ଦୃଢ ପଦକ୍ଷେପ ଅବଲମ୍ବନ ନ କରନ୍ତି ତେବେ ଏବେ ଘନେଈ ଆସୁଥିବା ଗ୍ରାମପଞ୍ଚାୟତ ନିର୍ବାଚନ ରେ ଜମାକାରୀ ମାନେ ସଠିକ ଭାବେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି lଏ ପରିପ୍ରେକ୍ଷୀରେ ଆଜି ପଦ୍ମପୁର

ଅଞ୍ଚଳ ର ବିଭିନ୍ନ ଚିଟଫଣ୍ଡ କମ୍ପାନୀ ଯଥା:-ସାଇ ପ୍ରକାଶ,ସାଇ ପ୍ରସାଦ,ମାଇକ୍ରୋ,ସିସୋର୍,ପି.ଏ.ସି.ଏଲ୍ ପ୍ରଭୃତି କମ୍ପାନୀ ର ଜମାକାରୀ ମାନେ ପଦ୍ମପୁର ସ୍ଥିତ ଗୋରୁ ବଜାର ରୁ ବାହାରି ଏକ ବିଶାଳ ଶୋଭାଯାତ୍ରା ରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ସତ୍ୟାଗ୍ରହ ପ୍ରଦର୍ଶନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି lଏ ବିକ୍ଷୋଭ ରେ ମିଳିତ ମଞ୍ଚ ତରଫରୁ ଓଡ଼ିଶା ରାଜ୍ୟ ସଭାପତି ଶ୍ରୀମାନ ଜୟନ୍ତ ଦାସ, ସମ୍ପାଦକ ମଧୁସୂଦନ ବିଶ୍ୱାଳ,ଯୁଗ୍ମ ଆବାହିକା ଅନୁରାଧା ସୁବୁଦ୍ଧି, କୃଷକ ନେତା ରମେଶ ମହାପାତ୍ର, ସୁଧାଂଶୁ ବେହେରା, ଗୈାରୀଶଙ୍କର ସାହୁ,ପଦ୍ମପୁର ର ସୁଶାନ୍ତ ମହାପାତ୍ର, ଦେବରାଜ ବେହେରା,ସୁଦାମ ବେହେରା, ରବିନ୍ଦ୍ର ପୁରୋହିତ, ଡମ୍ବରୁଧର ସାହା, ଯୋଗେଶ୍ୱର ମେହେର, କୃଷ୍ଣଚନ୍ଦ୍ର ପଣ୍ଡା,ଦୀପକ ମେହେର, ସୁଶାନ୍ତ ଆଚାର୍ଯ୍ୟ, ରାଜକୁମାର ସେଠ ପ୍ରମୁଖ ଯୋଗଦେଇ ଜମାକାରୀମାନେ ଏକାଠି ହୋଇ ଲଢିବାକୁ ଆହ୍ୱାନ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026

You Might Also Like