-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Nov-2021
ପାଟଣାଗଡ଼ (ପୂର୍ଣ୍ଣ ଶସି ଶେଖର ରାଓ) ) ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ହେଉଛି ଅଳ୍ପ ବୃଷ୍ଟିପାତ ଅଞ୍ଚଳ। ଏଠାରେ ଚାଷୀମାନଙ୍କ ପାଇଁ କୌଣସି ପାନୀୟଜଳ ସୁବିଧା ନାହିଁ। ଏଠାକାର ଲୋକେ ସ୍ବର୍ଗ ପାଣିର ଆଶ୍ରିତ ହୋଇ ଚାଷବାସ କରିଥାନ୍ତି। ଯଦିଓ ବର୍ଷା ନ ହୁଏ ତାହେଲେ ଏଠାରେ ଚାଷ ଜମି ସବୁ ପଡ଼ିଆ ରୁହେ। ଏହି ଅଞ୍ଚଳ ରେ ସ୍ବଳ୍ପ ବୃଷ୍ଟି ଯୋଗୁଁ କପା ଚାଷ ବହୁଳ ପରିମାଣରେ ହୁଏ।ବେଲପଡା ଅଞ୍ଚଳ କୁ ଧଳା ସୁନା ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଆମ ଏହି ଧଳା ସୁନା ଅଞ୍ଚଳ କୁ ସବୁ ସମୟରେ ରାଜ୍ୟ ସରକାର ଅଣଦେଖା କରୁଥିବା ବେଳେ ଏଠାକାର ଲୋକେ ବାହାର ରାଜ୍ୟକୁ ଦାଦନ
ଖଟିବାକୁ ଯାଇଥାନ୍ତି। ଚଳିତ ବର୍ଷ ବର୍ଷା ଅଭାବରୁ ୮୦% ଚାଷ ଜମି ପଡ଼ିଆ ପଡ଼ିଛି। କିନ୍ତୁ ତହସିଲ ବିଭାଗ ଓ କୃଷି ବିଭାଗ ର ଅବହେଳା ଯୋଗୁଁ ଅଞ୍ଚଳକୁ ବହୁ କମ୍ ପରିମାଣର ମରୁଡି ଘୋଷଣା କରିବା ପାଇଁ ସ୍ଥିର କରାଯାଇଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି।ତହସିଲ ବିଭାଗ ଅଧିକାରୀ ଓ କୃଷି ବିଭାଗ ଅଧିକାରୀ ବିନା ସର୍ଭେ ରେ କିଭଳି ଭାବରେ କାଗଜ କଲମରେ ଉଲ୍ଳେଖ କରିଛନ୍ତି ଯେ ସମସ୍ତ ଚାଷୀ ଙ୍କ ମନରେ ଅସନ୍ତୋଷ ଦେଖା ଦେଉଛି। ସେଥିପାଇଁ ଆଜି ବେଲପଡା ବ୍ଳକ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଓ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘ ପକ୍ଷରୁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ରେ ଉଲ୍ଲେଖ ରହିଛି ଯେ ବେଲପଡା ବ୍ଳକ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ,ବେଲପଡା ବ୍ଳକ ର କାର୍ଯ୍ୟକାରୀ ହେବାକୁ ଥିବା ଅପରଲାନ୍ଥ ଜଳସେଚନ ପ୍ରକଳ୍ପ କୁ ଯଥାଶୀଘ୍ର ଆରମ୍ଭ କରି ଜଳସେଚନ ଯୋଜନାରେ ବ୍ଳକ କୁ ଅଗ୍ରାଧିକାର ଦିଆଯାଉ, ସମସ୍ତ ଚାଷୀ ମାନଙ୍କ କୃଷି ଋଣ ଛାଡ଼ କରିବା ସହ ସ୍କୁଲ କଲେଜ ଫିଜ ଛାଡ଼ କରାଯାଉ ଏବଂ ନୂତନ ଋଣ ବିନା ସୂଧରେ ଦିଆଯାଉ, ମରୁଡି ସିଧାସଳଖ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ସେଥିପାଇଁ ଧାନ ଚାଷ ଜମି ଏକର ପ୍ରତି ୨୫୦୦୦ କ୍ଷତିପୂରଣ ଦିଆଯାଉ, ମରୁଡି ସହଣି ଚାଷ ହିସାବରେ କପା ଚାଷ କୁ ମୂଲ୍ୟ ବାହାରେ ୨୦୦୦ ଲେଖା ବୋନସ ଦିଆଯାଉ, ରବି ଚାଷ ପାଇଁ ଚାଷୀଙ୍କୁ ତୁରନ୍ତ ଉନ୍ନତ ମୂଳ ର ବିହୀନ, ସାର୍ ପ୍ରଦାନ କରାଯାଉ, କୃଷି କ୍ଷେତ୍ରରେ ମାଗଣା ବିଦ୍ୟୁତ ଦିଆଯାଉ, ସ୍ଥାୟୀ ଜଳସେଚନ ର ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ସମସ୍ତ ପୁରୁଣା ବନ୍ଧ କଟା କୂଅକୁ ପୁନଃ ଉଦ୍ଧାର କରାଯାଉ,ବେଲପଡା ବ୍ଳକ ରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ, ଜିଲ୍ଲା ରେ ଥିବା ବିଜୟାନନ୍ଦ ଚିନିକଳ କୁ ତୁରନ୍ତ ସରକାର ହାତକୁ ନେଇ ଚଲାନ୍ତୁ, ପ୍ରତ୍ୟେକ ଚାଷୀ ପରିବାର କୁ ଚାଷୀ ପରିଚୟ ଦେଇ କୃଷକ ପେନସନ ଯୋଜନା କରାଯାଉ,ବେଲପଡା ବ୍ଳକ ବିଗତ ବର୍ଷ ମାନଙ୍କରେ ପ୍ରଧାନମନ୍ତ୍ରୀ ଫସଳ ବୀମା ଯୋଜନାରେ ଚାଷୀ ଦେଇଥିବା ଅଭିଯୋଗ ଗୁଡିକ ର ତୁରନ୍ତ ସମାଧାନ କରାଯାଇ ଠକାମୀ ବୀମା କରି ପ୍ରକୃତ ଚାଷୀ ବଞ୍ଚିତ କରିଥିବା ରାକେଟ କୁ ଠାବ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ମରୁଡି ସମୟରେ ଦୁଗ୍ଧ ଚାଷୀଙ୍କୁ ରୋଜଗାର ଦେଉଥିବାରୁ ବ୍ଳକ ରେ ଦୁଗ୍ଧ ଚାଷ ଓ ଚାଷୀଙ୍କୁ ପ୍ରତ୍ସୋହନ ଦିଆଯାଉ, ଚଳିତ ବର୍ଷ ବ୍ୟାପକ ସାର୍ କଲାବଜାରୀ ହେବା ସହ ସାର୍ ର ଘୋର ଅଭାବ ଦେଖାଦେଇଛି ଏଣୁ କରି ସାର୍ କଲାବଜାରୀ ସ୍ବତନ୍ତ୍ର ତଦନ୍ତ କରିବା ସହ ଚାଷୀ ମାନଙ୍କୁ ଠିକ୍ ଭାବରେ ସାର୍ ଯୋଗାଇ
ଦିଆଯାଉ। ଏଥିରେ ଚାଷୀ ନେତା ଚଗଲା ପରିଚ୍ଛା ଓ କୃଷକ ମହାସଂଘ ର ଜିଲ୍ଲା ସଭାପତି ଜତିନ୍ଦ୍ର ପ୍ରଧାନ ଏବଂ ବ୍ଳକ କୃଷକ ମହାସଂଘ ର କନ୍ଦର୍ପ ଦନ୍ତା ଙ୍କ ନେତୃତ୍ୱ ରେ ଶତାଧିକ ଚାଷୀ ଠୋଲ ହୋଇଥିଲେ। ଯଦି ଏହି ଦାବି ଗୁଡ଼ିକ ପୁରଣ ନହୁଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜିଲ୍ଲା ସଭାପତି ଜତିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।